ମୌସୁମୀ ଅଧିବେଶନ ନେଇ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା : କହିଲେ, ସଂସଦରେ ଓଡିଶାର ବିଭିନ୍ନ ସମସ୍ୟା ଉପସ୍ଥାପନ କରିବି

279

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଅଧିବେଶନ ବସିବ । ଜୁଲାଇ ୧୯ ତାରିଖରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଏଥିରେ ୧୯ଟି କାର୍ଯ୍ୟଦିବସ ରହିଛି । ତେବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଉପରେ ସମସ୍ତ ପ୍ରସଙ୍ଗ ଏବଂ ଓଡ଼ିଶାର ବିଭିନ୍ନ ସମସ୍ୟା ଉପସ୍ଥାପନ କରିବି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହା ସହ ସେ କହିଛନ୍ତି ବିପକ୍ଷ ଦଳର ସମସ୍ତ ପ୍ରସଙ୍ଗକୁ ଜବାବ ଦେବାକୁ ବିଜେପି ପ୍ରସ୍ତୁତ ରହିଛି । ଚାଷୀ କରୋନା ଆଦି ବିଷୟରେ ବିରୋଧୀ ପ୍ରଶ୍ନ କରିବେ। ବିଜେପି ସରକାର ପାରଦର୍ଶୀ ସରକାର, ଆମେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।