ମୋଦୀ କହିଥିଲେ, ଆସିବି କେବେ? କପିଲ ଶର୍ମାଙ୍କ ସୋ’କୁ କେବେ ଅତିଥି ହୋଇ ଆସିବେ ପ୍ରଧାନମନ୍ତ୍ରୀ ?

767

କନକ ବ୍ୟୁରୋ : କମେଡିଆନ କପିଲ ଶର୍ମାଙ୍କ ସୋ’ର କ୍ରେଜ କେବଳ ଦେଶରେ ସୀମିତ ନୁହେଁ । ବିଦେଶରେ ମଧ୍ୟ କପିଲଙ୍କ ସୋ’କୁ ନେଇ ଚର୍ଚ୍ଚା ହୁଏ । ଏହି ସୋ’କୁ ଅନେକ ବଡ ବଡ ଚେହେରା ଆସିଥାନ୍ତି ଏବଂ ସେମାନଙ୍କର ବ୍ୟକ୍ତିଗତ କାହାଣୀ ସେୟାର କରନ୍ତି । ଅନେକ ଲୋକପ୍ରିୟ ବ୍ୟକ୍ତିତ୍ୱ ଏହି ସୋ’କୁ ଆସିଥିଲେ ମଧ୍ୟ ଆହୁରି ଏମିତି ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କୁ ଲୋକେ ଦେଖିବାକୁ ଚାହାନ୍ତି । ଯେଉଁ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରହିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ କଣ କପିଲ ଶର୍ମା ସୋ’ରେ ଅତିଥି ସାଜି ଆସିବେ କି? ଏଭଳି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏହାର ଖୁଲାସା କରିଛନ୍ତି ଖୋଦ୍ କମେଡିଆନ କପିଲ ଶର୍ମା ।

ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କପିଲ ଶର୍ମା କହିଛନ୍ତି, ମୋ ସୋ’କୁ ପ୍ରଧାନମନ୍ତ୍ରୀଙ୍କୁ ଆସିବାକୁ ନିମନ୍ତ୍ରଣ କରିଥିଲି । ଆଉ ଏହି ନିମନ୍ତ୍ରଣ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କର କଣ ରିଆକ୍ସନ ଥିଲା ତାହା କହିଛନ୍ତି କପିଲ । ନିମନ୍ତ୍ରଣ ପାଇବା ପରେ ମୋଦୀ ସୋ’କୁ ଆସିବାକୁ ମନା କରିନଥିଲେ । ବରଂ କହିଥିଲେ, ବିରୋଧୀ ଏବେ ବହୁତ କମେଡି କରୁଛନ୍ତି । କେବେ ଆସିବି ନିଶ୍ଚୟ ।

ସେହିଭଳି ଫିଲ୍ମ ପ୍ରତି କିଭଳି ଆକୃଷ୍ଟ ହେଲେ ସେନେଇ ମଧ୍ୟ ମୁହଁ ଖୋଲିଛନ୍ତି କପିଲ । ମଜାଳିଆ ଢଙ୍ଗରେ କପିଲ କହିଛନ୍ତି, ମୋ ସୋ’ରେ ତ ମହିଳା ବି ଅସଲି ନୁହନ୍ତି । ପୁରୁଷ ମାନେ ମହିଳା ବେଶରେ ସୋ’କରୁଛନ୍ତି । ଏଭଳି ସ୍ଥଳେ ଯେତେବେଳେ ଅସଲି ମହିଳାଙ୍କ ସହ କାମ କରିଲି ସେତେବେଳେ ଲାଗିଲା ଯେ, ମୁଁ ସୋ’ରେ ଅଧିକ ସମୟ ଦେଉଛି । ତେଣୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ସମୟ ଦେବାକୁ ଚିନ୍ତା କଲି । ଆସନ୍ତା ୧୭ ମାର୍ଚ୍ଚରେ ଫିଲ୍ମ ଜ୍ୱିଗାଟୋ ରିଲିଜ ହେବାକୁ ଯାଉଛି । ଯାହାକୁ ଜୋରସୋରରେ ପ୍ରମୋଟ କରୁଛନ୍ତି କପିଲ । ନନ୍ଦିତା ଦାସଙ୍କ ଏହି ଫିଲ୍ମରେ କମେଡି କିଙ୍ଗ ଦର୍ଶକଙ୍କୁ ଇମୋସନାଲ କରିବେ ।