କରୋନା : ଆକ୍ଟିଭ୍ ଭ୍ୟାକ୍ସିନେସନ୍ ଅପେକ୍ଷା ପ୍ୟାସିଭ୍ ଭ୍ୟାକ୍ସିନେସନ୍ ହେବ ଅଧିକ ଫଳପ୍ରଦ ?

କୋଭିଡ୍ ପରିଚାଳନାକୁ ଅଧିକ ଶୃଙ୍ଖଳିତ କରିବାକୁ ପଦକ୍ଷେପ: ଜିଲ୍ଲା ସ୍ତରରେ ଗଢା ହେବ କୋଭିଡ୍ କମିଟି; ଚିକିତ୍ସାମାନ ସହ କୋଭିଡ୍ ମୁକାବିଲାର କରିବ ଯାଂଚ, ସ୍ୱାସ୍ଥ୍ୟ ବିଭାଗ ଜାରିକଲା ନିର୍ଦ୍ଦେଶ

କନକ ବ୍ୟୁରୋ : ନୋଭେଲ କରୋନା ଭୂତାଣୁର ମୁକାବିଲା ପାଇଁ ବୈଜ୍ଞାନିକମାନେ ଅଧିକ ଫଳପ୍ରଦ ଆଂଟିବଡି ଚିହ୍ନଟ କରିଛନ୍ତି । ବୈଜ୍ଞାନିକମାନଙ୍କ ମତରେ କୋଭିଡ୍-୧୯ ପାଇଁ ଏହି ଆଂଟିବଡି ପ୍ୟାସିଭ୍ ଭ୍ୟାକ୍ସିନ୍ ବା ନିଷ୍କ୍ରିୟ ଟିକା ବିକାଶରେ ସହାୟକ ହେବ । ଆକ୍ଟିଭ୍ ଭ୍ୟାକ୍ସିନେସନ୍ ଅପେକ୍ଷା ପ୍ୟାସିଭ୍ ଭ୍ୟାକ୍ସିନେସନ୍ ଅଧିକ ଫଳପ୍ରଦ ହେବ ଏବଂ ଏହା ତୁରନ୍ତ କାମ କରିବ ।

ଆକ୍ଟିଭ୍ ଭ୍ୟାକ୍ସିନେସନ୍ ବା ସକ୍ରିୟ ଟିକାକରଣ ହେଉଛି ମଣିଷ ଶରୀର ଭିତରେ ରୋଗ ବିରୋଧରେ ଲଢ଼େଇ ପାଇଁ ଆଂଟିବଡି ବା ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି କରିଥାଏ । ଯେଉଁଥିପାଇଁ ସକ୍ରିୟ ଟିକାକରଣ କାମ କରିବାକୁ ସମୟ ନେଇଥାଏ । ତେବେ ପ୍ୟାସିଭ୍ ଭ୍ୟାକ୍ସିନେସନ୍ ବା ନିଷ୍କ୍ରିୟ ଟିକାକରଣରେ ରେଡିମେଡ୍ ଆଂଟିବଡି ରୋଗୀକୁ ଦିଆଯାଇଥାଏ । ଆଉ ଏହା ସାଂଗେ ସାଂଗେ ରୋଗ ବିରୋଧରେ ଲଢ଼େଇ କରିଥାଏ ।

ବର୍ଲିନରେ ଥିବା ଜର୍ମାନ ସେଂଟର ଫର୍ ନ୍ୟୁରୋ-ଡିଜେନେରେଟିଭ୍ ଡିଜିଜର ବୈଜ୍ଞାନିକମାନଙ୍କ ଗବେଷଣାରୁ ଜଣାପଡିଛି ଯେ ସଂକ୍ରମଣ ହେଲା ପରେ ଆଂଟିବଡି ପ୍ରୟୋଗ କଲେ ରୋଗର ଭୟାବହତା କମ ହୋଇଥାଏ ଏବଂ ସଂକ୍ରମଣ ପୂର୍ବରୁ ଏହାକୁ ପ୍ରଯୋଗ କଲେ ଏହି ସଂକ୍ରମଣ ହେବା ସମ୍ଭାବନା ହ୍ରାସ ପାଇଥାଏ । ପ୍ୟାସିଭ ଇମ୍ୟୁନିଟି କମ୍ ଦିନ ପାଇଁ ଶରୀରରେ ରହିଥାଏ । କିନ୍ତୁ ଆକ୍ଟିଭ୍ ଭ୍ୟାକ୍ସିନ ଯୋଗୁଁ ସୃଷ୍ଟି ହେଉଥିବା ଆକ୍ଟିଭ୍ ଇମ୍ୟୁନିଟି ଶରୀରରେ ଅଧିକ ଦିନ ରହିଥାଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe