କନକ ବ୍ୟୁରୋ: ବିଧାନସଭା ଭୋଟ ପାଇଁ ହେଉଥିବା ଗଣତିରେ ପଂଜାବରେ ମ୍ୟାଜିକ୍ ପଏଣ୍ଟକୁ ଅତିକ୍ରମ କରିସାରିଛି ଆମ ଆଦମି ପାର୍ଟି । ଏଠାରେ ଗଣତି ଆରମ୍ଭରୁ ହିଁ ଆପ୍ ଆଗେଇ ଚାଲିଛି । ଅନପଟେ ବହୁ ପଛରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି, କ୍ୟାପ୍ଟେନ୍ ଅମରନ୍ଦିର ସିଂହ ଓ ନବଜ୍ୟୋତ୍ ସିଦ୍ଧୁ ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଯାଏଁ ଭୋଟ ଗଣତି ଶେଷ ହୋନଥିବାବେଳେ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଲେଣି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି । ସେ ଚଣ୍ଡିଗଡ ସ୍ଥିତି ନିଜ ବାସଭବନରେ ପହଞ୍ଚିଛନ୍ତି । ସେଠାରୁ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେଇପାରନ୍ତି ବୋଲି ସୂଚନା ରହିଛି ।
ସୂଚନା ମୁତାବକ, ଏବେଯାଏଁ ହୋଇଥିବା ଭୋଟ ଗଣତିରେ ପଂଜାବର ମୋଟ ୧୧୭ଟି ଆସନରୁ କେବଳ ଆପ ୯୦ଟି ଆଗୁଆ ଚାଲିଥିବାବେଳେ , କଂଗ୍ରେସକୁ ୧୪ଟି ବିଜେପିକୁ ମାତ୍ର ୩ଟି ଆସନ ମିଳିଥିବା ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/pp-2.jpg)