କନକ ବ୍ୟୁରୋ : କରୋନା କମିବା ପରେ କଟକଣା ବି ହଟିଥିଲା, ଧିରେ ଧିରେ ବାହାଘର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବାହାଘର ସିଜିନ୍ ଆସିଥିବାରୁ ଅଟକି ରହିଥିବା ଅନେକ ବାହାଘର ପାଇଁ କାର୍ଡ ଛପା ଠାରୁ ଆରମ୍ଭ କରି, ମଣ୍ଡପ ବୁକିଂ, ଟେଣ୍ଟ, କ୍ୟାଟେରିଂ ଭଳି ଆୟୋଜନ ହୋଇଛି । ଏବେ ଓମିକ୍ରନ ଆସିଯିବା ପରେ ପୁଣି ସବୁ କିଛି ଅନିଶ୍ଚିତତା ଭିତରକୁ ଚାଲିଯିବ ବୋଲି, ଅନେକ ଡରିଗଲେଣି ।
କରୋନା ନିୟମ କୋହଳ ହୋଇଛି । ଅନେକ ସ୍ଥାନରେ ଧୂମଧାମରେ ବିବାହ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅନେକ ପରିବାର ମଧ୍ୟ ବିବାହ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି । ବିବାହ ନିମନ୍ତ୍ରଣ କାର୍ଡ ତାଲିକା ପ୍ରସ୍ତୁତ କରିବା ସହିତ ମଣ୍ଡପ ସାଜସଜା ଏବଂ ଲୁଗା ପଟା କିଣାକିଣି ଚାଲିଛି । କିନ୍ତୁ ବିବାହ ବେଳକୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିବାହ ଆୟୋଜନ ହୋଇପାରିବ କି ନାହିଁ ସେ ନେଇ ଘାରିଲାଣି ଚିନ୍ତା । ଏଭଳି ଆଶଙ୍କା ପ୍ରକାଶ କରିବାର କାରଣ କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ ଏବଂ ଏହାକୁ ନେଇ ଡିସେମ୍ବର ମାସ ପାଇଁ ପ୍ରଶାସନ ଲାଗୁ କରିଥିବା କଟକଣା ।
ବର୍ଷର ଶେଷ ମାସ ସହିତ ବିବାହ ଲଗ୍ନ ମଧ୍ୟ ଏହି ସମୟରେ ରହିଛି । ରାଜ୍ୟରେ କରୋନା ସଂକ୍ରମଣ କମିଥିବା ଦେଖି ସରକାର ଅନେକ କିଛି ନିୟମ କୋହଳ କରିଥିଲେ । କିନ୍ତୁ ଡିସେମ୍ବରରେ ବିଭିନ୍ନ କାରଣ ପାଇଁ ଗହଳି ରହିପାରେ ଆଶଙ୍କା ପ୍ରକାଶ କରି ସରକାର ଗାଇଡ୍ ଲାଇନ ଜାରି କରିଛନ୍ତି । ଜିରୋ ନାଇଟ୍ ସେଲିବ୍ରେସନ ପାଖରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି । ତେଣୁ ପ୍ରଶାସନ ଆଗକୁ ବିବାହ ଉପରେ କଟକଣା ଲଗାଇବ କି ଏହି ଆଶଙ୍କା ଏବେ ଅନେକଙ୍କୁ ଘାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/09-laguna-cliffs-marriott-indian-wedding-photographer-wedding-ceremony-photos.jpg)