ଜଗା ଦର୍ଶନ ପାଇଁ ଅନାଇ ରହିଛନ୍ତି ଭକ୍ତ : ଆଜି ଭର୍ଚୁଆଲ ବୈଠକରେ ନିଆଯିବ ନିଷ୍ପତ୍ତି; ଅଗଷ୍ଟ ୧୬ପରେ ଦର୍ଶନ ପାଇଁ ମିଳିପାରେ ଅନୁମତି

91

କନକ ବ୍ୟୁରୋ : ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲିବ ? ସେନେଇ ଆଜି ସକାଳ ୧୧ଟାରେ ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟ କ୍ଷତାରେ ହେବାକୁ ଥିବା ବୈଠକରେ କୋଭିଡ ପରିଚାଳନା କମିଟିର ସଦସ୍ୟ, ଜିଲ୍ଲାପାଳ, ଏସପି ଉପସ୍ଥିତ ରହିବେ । ଅନଲକରେ ମନ୍ଦିର ଖୋଲିବା ପାଇଁ ସବୁଜ ସଙ୍କେତ ମିଳିବା ପରେ ଶ୍ରୀମନ୍ଦିର ଖୋଲିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସିଂହଦ୍ୱାର ଆଗରେ ଭକ୍ତଙ୍କ ପାଇଁ ଅସ୍ଥାୟୀ ସେଡ ବ୍ୟବସ୍ଥା ଆରମ୍ଭ କରାଯାଇଛି । ବିଶେଷ କରି କୋଭିଡର ପ୍ରଥମ ଲହର ପରେ ଯେଭଳି ଏସଓପି ଆଧାରରେ ଭକ୍ତ ଠାକୁର ଦର୍ଶନ କରୁଥିଲେ, ସେହିଭଳି କଟକଣାରେ ଦର୍ଶନ କରିବାକୁ ପ୍ରସ୍ତାବ ଦିଆଯିବ । ତେବେ ଅଗଷ୍ଟ ୧୬ ପରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି କୋଭିଡ ପରିଚାଳନା କମିଟି ସଦସ୍ୟ । ସେପଟେ ଯାଜପୁରର ବିରଜା ମନ୍ଦିର, କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର ଆସନ୍ତାକାଲିଠୁ ଖୋଲିବ ବୋଲି ଜଣାପଡିଛି ।