ବଦଳିଲା ସରକାର, ମିଳିବ କି ନଦୀକୁ ନ୍ୟାୟ ? ପଡିବ କି ବର୍ଷ ବର୍ଷର ଅନ୍ତରାଜ୍ୟ ଜଳ ବିବାଦରେ ଯବନିକା ?

Advertisment
ବଦଳିଲା ସରକାର, ମିଳିବ କି ନଦୀକୁ ନ୍ୟାୟ ? ପଡିବ କି ବର୍ଷ ବର୍ଷର ଅନ୍ତରାଜ୍ୟ ଜଳ ବିବାଦରେ ଯବନିକା ?

କନକ ବ୍ୟୁରୋ : ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ ରାଜ୍ୟ ସହିତ ଓଡିଶାର ନଦୀ ଜଳକୁ ନେଇ ବିବାଦ ଲାଗି ରହିଛି। ଉଭୟ ରାଜ୍ୟ ବେଆଇନ ଭାବେ ପ୍ରକଳ୍ପ ନିର୍ମାଣ କରି ଓଡିଶାକୁ ଅସୁବିଧାରେ ପକାଇଛନ୍ତି। ଏହି ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲରେ ବର୍ଷ ବର୍ଷ ଧରି ମାମଲା ଚାଲିଛି। ହେଲେ, ଜଳବିବାଦ ସମସ୍ୟାର ସମାଧାନ ହୋଇନି। ତେବେ ଏହି ପ୍ରସଙ୍ଗରେ ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ବଦଳିଛି ସରକାର, ସମାଧାନ ହେବ କି ବର୍ଷ ବର୍ଷର ଅନ୍ତରାଜ୍ୟ ଜଳ ବିବାଦ । ମହାନଦୀକୁ ମିଳିବ କି ନ୍ୟାୟ, ଆଇନଗତ ଲଢେଇର ପଡିବ କି ଯବନିକା? ରାଜ୍ୟରେ ସରକାର ବଦଳିବା ପରେ, ରାଜ୍ୟବାସୀଙ୍କ ମନରେ ଏଭଳି ଏକାଧିକ ପ୍ରଶ୍ନ ଉଙ୍କି ମାରୁଛି। ସେପଟେ ଛତିଶଗଡ ସରକାର କଲମାରେ ବେଆଇନ ଭାବେ ପ୍ରକଳ୍ପ ନିର୍ମାଣ ଜାରି ରଖିଛନ୍ତି। ଏତିକିବେଳେ, ଜଳ ବିବାଦ ସମସ୍ୟାର ସମୀକ୍ଷା କରିବା ସହ କଡା ଆଭିମୁଖ୍ୟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଅନ୍ତରାଜ୍ୟ ଜଳ ବିବାଦରେ ଓଡିଶା ସ୍ୱାର୍ଥ ବିରୋଧୀ ପ୍ରକଳ୍ପକୁ ଜୋରଦାର ବିରୋଧ କରାଯିବ। ଓଡିଶା ଜୀବନ ଜିବିକାକୁ ପ୍ରଭାବିତ କରୁଥିବା ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପକୁ ସଂପୂର୍ଣ୍ଣ ବିରୋଧ କରାଯିବ ।

ଜଳ ବିବାଦ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କଡା ଆଭିମୁଖ୍ୟ ଦେଖାଇଥିଲେ ବି ରାଜ୍ୟ ସ୍ବାର୍ଥ ପାଇଁ ଲଢ଼େଇ କେତେ ଜୋରରେ କରିବେ? କେନ୍ଦ୍ର ସରକାର ଓ ଟ୍ରିବ୍ୟୁନାଲ ନିକଟରେ ପ୍ରଭାବୀ ଢ଼ଂଗରେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଦାବି କରିବେ ତ? ଏହାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜୀ

ତେଜିଲା ମହାନଦୀ ବୟାନବାଜି
ଟ୍ରିପିଲ ଇଂଜିନ କଥା କହିଲା ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ତେଜିଛି ରାଜନୈତିକ ବୟାନବାଜି । ଟ୍ରିପଲ ଇଂଜିନ କଥା କହି ବିଜେପି କୋର୍ଟକୁ ବଲ ଫିଙ୍ଗିଛନ୍ତି ବିରୋଧୀ। ଅନ୍ୟପଟେ ରାଜ୍ୟ ବିଜେପି ସଭାପତି କହିଛନ୍ତି ଓଡିଶା ସ୍ୱାର୍ଥକୁ ନେଇ କୌଣସି ବୁଝାମଣା କରାଯିବନି । ପଦ୍ମ ଘୁଂଚି ଘୁଂଚି ଗଲା ଭଳି ମହାନଦୀର ନ୍ୟାୟ ବିଳମ୍ୱ ହେଉଛି । ବର୍ତ୍ତମାନ ସୁଦ୍ଧା ୩୭ ଥର ଶୁଣାଣୀ ହେଲାଣି । ଟ୍ରିବ୍ୟୁନାଲ ଟିମ ମଧ୍ୟ ଓଡିଶା ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ହେଲେ ସମାଧାନର ବାଟ ବାହାରିନି। ଏବେ ନଜର ମୋହନ ସରକାରଙ୍କ ଉପରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe