ବିହାରରେ ଜେଡିୟୁ ଓ ବିଜେପି ଭିତରେ ବଢୁଛି ତିକ୍ତତା ।  ବିଜେପିରେ ଜେଡ଼ିୟୁ ନେତା ସାମିଲ ହେବାକୁ ଗ୍ରହଣ କରିପାରୁନାହାନ୍ତି ନୀତିଶ କୁମାର,  ନୀତିଶଙ୍କ ବଡ ବୟାନ, କହିଲେ, ମୁଖ୍ୟମନ୍ତ୍ରୀ ହେବାର ନାହିଁ ଇଚ୍ଛା ।

243

କନକ ବ୍ୟୁରୋ : ବିହାରରେ ଜେଡିୟୁ ଓ ବିଜେପି ଭିତରେ ବଢୁଛି ତିକ୍ତତା । ଅରୁଣାଚଳରେ ଜେଡିୟୁ ନେତା ଦଳ ଛାଡି ବିଜେପିରେ ସାମିଲ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ନୀତିଶ ସରକାର । ଏପରିକି ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ହେବାର ତାଙ୍କର ଇଚ୍ଛା ନାହିଁ ଓ ବିଜେପି ଚାହିଁଲେ ଆଉ କାହାକୁ ମୁଖ୍ୟମନ୍ତ୍ରୀ ବନାଇପାରେ ବୋଲି କହିଛନ୍ତି । ସେପଟେ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ୫ବର୍ଷ ସରକାର ଚାଲିବ ବୋଲି କହିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଳ ମୋଦୀ ।

ବିହାରରେ ଜେଡିୟୁ ଓ ବିଜେପି ଭିତରେ ତିକ୍ତତା ବଢିବାରେ ଲାଗିଛି । ଅରୁଣାଚଳରେ ଜେଡିୟୁ ନେତା ଦଳ ଛାଡି ବିଜେପିରେ ସାମିଲ ହେବା ପରେ ବିହାରରେ ରାଜନୈତିକ ଝଡ ଉଠିଛି । ନୀତିଶ କୁମାର ବଡ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହେବାର ତାଙ୍କର ଇଚ୍ଛା ନାହିଁ ଓ ବିଜେପି ଚାହିଁଲେ ଆଉ କାହାକୁ ମୁଖ୍ୟମନ୍ତ୍ରୀ ବନାଇପାରେ ବୋଲି କହିଛନ୍ତି ନୀତିଶ କୁମାର । ଅରୁଣାଚଳ ପ୍ରଦେଶର ୬ ଜେଡିୟୁ ବିଧାୟକ ବିଜେପିରେ ମିଶିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନୀତିଶ କୁମାର । ଜେଡିୟୁର ନୂଆ ଅଧ୍ୟକ୍ଷ ରାଜ୍ୟସଭା ସାଂସଦ ଆରସିପି ସିଂଙ୍କ ନାଁ ଘୋଷଣା କରିବା ପରେ ନୀତିଶ ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି । ନୀତିଶ କହିଛନ୍ତି, ମୋର ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ନାହିଁ । ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଛି । ବିଜେପିକୁ ଜନାଦେଶ ମିଳିଛି । ଯଦି ଆଉ କେହି ମୁଖ୍ୟମନ୍ତ୍ରୀ ଆସନରେ ବସିବେ ତାହେଲେ ମୋର କୌଣସି ଆପତ୍ତି ନାହିଁ । ବିଜେପି ନିଜର ମୁଖ୍ୟମନ୍ତ୍ରୀ ଚୟନ କରୁ । ସେପଟେ ଜେଡିୟୁ ନେତା ବିଜେପିରେ ସାମିଲ ହେବା ଘଟଣାରେ ବିଜେପିକୁ ଟାର୍ଗେଟ କରିଛି ଜନତା ଦଳ ୟୁନାଇଟେଡ ।

ଅରୁଣାଚଳ ପ୍ରଦେଶରେ ଜେଡିୟୁ ନେତା ବିଜେପିରେ ମିଶିବା ପରେ ଏହାର ପ୍ରଭାବ ସିଧାସଳଖ ବିହାର ରାଜନୀତି ଉପରେ ପଡୁଥିବାର ଦେଖିବାକୁ ମିଳିଛି । ଜେଡିୟୁ ନେତା ବିଜେପି ଶିବିରରେ ସାମିଲ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ଜେଡିୟୁ । ଦଳର ନବନିର୍ବାଚିତ ଅଧ୍ୟକ୍ଷ ଆରସିପି ସିଂ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଜେଡିୟୁ କେବେହେଲେ କାହା ସହ ବିଶ୍ୱାସଘାତକତା କରିନାହିଁ । ସେପଟେ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ୫ବର୍ଷ ସରକାର ଚାଲିବ ବୋଲି କହିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଳ ମୋଦୀ ।

ଜେଡିୟୁ ନେତାଙ୍କୁ ବିଜେପିରେ ସାମିଲ କରିବା ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜେଡିୟୁର ବରିଷ୍ଠ ନେତା । ଏହି ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ଦଳ । ସେପଟେ ତାମିଲନାଡୁରେ ମଧ୍ୟ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ଫାଟ ଦେଖାଦେଇଛି । ଏଆଇଏଡିଏମକେ କ୍ଷମତାକୁ ଆସିଲେ ବିଜେପିକୁ ସରକାରରେ ସାମିଲ କରାଯିବ ନାହିଁ । ଏବଂ କେ.ପଲାନୀସ୍ୱାମୀଙ୍କୁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭାବେ ବିଜେପିକୁ ସ୍ୱୀକାର କରିବାକୁ ପଡିବ ଓ ଦଳର ସର୍ତରେ ରହି ବିଜେପିକୁ କାର୍ଯ୍ୟ କରିବାକୁ ପଡିବ ବୋଲି ଏଆଇଏଡିଏମକେ ଉପସଭାପତି କେପି ମୁନୁସ୍ୱାମୀ କହିଛନ୍ତି ।