ବନ୍ଦ ହେବ ନି ଗଞ୍ଜାମ ଶୀତଳାପଲ୍ଲୀରେ ଟାଟା କୋଭିଡ଼ ହସ୍ପିଟାଲ । ଦ୍ୱିତୀୟ ସଂକ୍ରମଣ ଭୟ ଥିବାରୁ ପ୍ରଶାସନର ପ୍ରସ୍ତୁତି 

Advertisment
ବନ୍ଦ ହେବ ନି ଗଞ୍ଜାମ ଶୀତଳାପଲ୍ଲୀରେ ଟାଟା କୋଭିଡ଼ ହସ୍ପିଟାଲ । ଦ୍ୱିତୀୟ ସଂକ୍ରମଣ ଭୟ ଥିବାରୁ ପ୍ରଶାସନର ପ୍ରସ୍ତୁତି 

କନକ ବ୍ୟୁରୋ : ବନ୍ଦ ହେବ ନି ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀରେ ଟାଟା କୋଭିଡ଼ ହସ୍ପିଟାଲ । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଶୀତଳାପଲ୍ଲୀରେ ହୋଇଥିବା ଡାକ୍ତରଖାନାକୁ ବନ୍ଦ ନକରିବା ପାଇଁ ହାଇଟେକ୍ ମେଡିକାଲ କଲେଜର ମୁଖ୍ୟ ପରିଚାଳନା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ତେବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହେବାର ଭୟ ଥିବାରୁ ଗଂଜାମ ପ୍ରଶାସନ ଏଭଳି ପ୍ରସ୍ତୁତି କରିଛି । ୫୫ଟି ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳ ଚିଠିରେ ଲେଖିଛନ୍ତି ।

ଗଞ୍ଜାମ ଜିଲ୍ଲାରେ କ୍ରମାଗତ ଭାବେ ରୋଗୀ ସଂଖ୍ୟା କମୁଥିବାରୁ ଶୀତଳାପଲ୍ଲୀ ଟାଟା କୋଭିଡ ହସ୍ପିଟାଲକୁ ବନ୍ଦ କରାଯାଇଥିଲା । ହେଲେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କାରେ ପୁଣି କୋଭିଡ ହସ୍ପିଟାଲକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଗଞ୍ଜାମରେ ମୋଟ ୨୧ ହଜାର ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ହଜାର ୬୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପର୍ଯ୍ୟନ୍ତ ୨ ହଜାର ୧୬୯ ଜଣ ସକ୍ରିୟ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe