୨୦୨୧ ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା । କହିଲେ ପରୀକ୍ଷାର ଯଥେଷ୍ଟ ଆଗରୁ ଘୋଷଣା ହେବ ତାରିଖ

199

କନକ ବ୍ୟୁରୋ : ପୂର୍ବ ନିର୍ଦ୍ଧାରିତ ମୁତାବକ ଅନୁଷ୍ଠିତ ହେବ ୨୦୨୧ ନିଟ୍ ପରୀକ୍ଷା । ଏନେଇ ଆସୁଥିବା ଗୁଜବକୁ ଖଣ୍ଡନ କରି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ । ଏନେଇ ଶ୍ରୀ ପୋଖରିୟାଲ ଏକ ୱେବିନର ଜରିଆରେ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରି କହିଛନ୍ତି କି ‘୨୦୨୧ ସିବିଏସଇ’, ‘୨୦୨୧ ଜେଇଇ’, ‘୨୦୨୧ ନିଟ୍’ ପରୀକ୍ଷା ପୂର୍ବନିଦ୍ଧାରିତ ମୁତାବକ ଅନୁଷ୍ଠିତ ହେବ । ନିୟୁତ ନିୟୁତ ଛାତ୍ର ଛାତ୍ରୀ ପ୍ରଭାବିତ ନକରିବାକୁ ‘୨୦୨୧ ନିଟ୍’ ପରୀକ୍ଷା କୌଣସି କରାଯିବାର କୌଣସି ଯୋଜନା ନଥିବା କଥା ଆଲୋଚନା ବେଳେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସେ ଆହୁରି କହିଛନ୍ତି କି ଛାତ୍ର ଛାତ୍ରୀ ଓ ଦେଶ ପାଇଁ ବ୍ୟାପକ କ୍ଷତି ହେଉଥିବାରୁ ଏହି ପରୀକ୍ଷା ବାତିଲ କରାଯିବ ନାହିଁ ।
ଶ୍ରୀ ପୋଖରିୟାଲ ଆହୁରି କହିଛନ୍ତି କି ‘ଏନ୍ଟିଏ’ ସର୍ବଦା ଅଫଲାଇନ ମୋଡରେ ‘ନିଟ୍ ପରୀକ୍ଷା’ କରାଇଛି । କିନ୍ତୁ ମହାମାରୀ ଚାଲିଥିବାରୁ ୨୦୨୧ ନିଟ୍ ପରୀକ୍ଷା ଅନ୍ ଲାଇନ ମାଧ୍ୟମରେ କରାଇବାକୁ ଆଲୋଚନା ଚାଲିଥିବା ସେ କହିଛନ୍ତି । କୋଭିଡ-୧୯ ଭଳି ମହାମାରୀ ମଧ୍ୟରେ ସଫଳତାର ସହ ପରୀକ୍ଷା ପରିଚାଳନା କରିଥିବାରୁ ସରକାର ଓ ଶିକ୍ଷା ବିଭାଗର କର୍ମଚାରୀ ମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ସିବିଏସଇ ବୋର୍ଡ ପରୀକ୍ଷା ନେଇ ଶ୍ରୀ ପୋଖରିୟାଲ ବି ଏକ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ୨୦୨୧ ବର୍ଷ ପାଇଁ ସିବିଏସଇ ସିଲାବସ୍ ରେ ୩୦ ପ୍ରତିଶତ ହ୍ରାସ କରାଯାଇଛି ।
ଅନ୍ୟପଟେ ପରୀକ୍ଷା ତାରିଖ ନେଇ ପଚରା ଯାଇଥିବା ପ୍ରଶ୍ନର ଉତର ଦେଇ ସେ କହିଛନ୍ତି କି ପରୀକ୍ଷାର ଯଥେଷ୍ଟ ଆଗରୁ ତାରିଖ ଘୋଷଣା କରାଯିବ । ତେଣୁ ଛାତ୍ର ଛାତ୍ରୀ ମାନେ ପ୍ରସ୍ତୁତି ନିମନ୍ତେ ଅନେକ ସମୟ ପାଇବେ ।