ମୋଦି ମାନିବେ କି କୃଷକଙ୍କ ଦାବି ? ସରକାର ଓ ଚାଷୀନେତାଙ୍କ ଭିତରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା

ଜାଣନ୍ତୁ କେଉଁ ପ୍ରସଙ୍ଗରେ ହେବ କଥାବାର୍ତ୍ତା ?

86

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ନେଇ ଆଜି କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ଚାଷୀ । ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ଆଜି ବୈଠକ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ମଧ୍ୟାହ୍ନ ୧୨ଟାରେ ସରକାର ଓ ଚାଷୀନେତାଙ୍କ ଭିତରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ । ନୂଆ କୃଷି ଆଇନକୁ ନେଇ କୃଷକ ସଂଗଠନ ଗୁଡିକର ଦ୍ୱନ୍ଦ୍ୱ ରହିଥିବା ପ୍ରତ୍ୟେକଟି ବିନ୍ଦୁ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯିବ ।
ତିନୋଟି ନୂଆ କୃଷି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର, ଏମଏସପି ଦାବି, ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକି ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ଦାବି କରିବେ ଚାଷୀ ସଂଗଠନ । ତେଣୁ କୃଷକ-କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନାରୁ ନିଷ୍କର୍ସ ବାହାରିବା ନେଇ ଆଶଙ୍କା ଦେଖା ଦେଇଛି । ଗତ ମଙ୍ଗଳବାର କୃଷି ମନ୍ତ୍ରୀଙ୍କ ସହ ବୈଠକରେ ଚାଷୀ ନେତା ତିନୋଟି ନୂଆ କୃଷି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି ଉଠାଇଥିଲେ । ହେଲେ ସରକାର ଆଇନ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଥିବା ବେଳେ ଚାଷୀ ପ୍ରତ୍ୟାହାର ଦାବିରେ ଅଟଳ ରହିବାରୁ ଆଲୋଚନା ଅଧାରେ ରହିଥିଲା ।

ଚାଷୀମାନେ ସେମାନଙ୍କ ଦାବି ସରକାରଙ୍କଠାରୁ ପୂରଣ କରାଇନେବାକୁ ଚାହୁଁଥିବାରୁ ପୋଲିସ ପ୍ରଶାସନ ସାଙ୍ଗରେ ମୁହାଁମୁହିଁ ହେଉନାହାନ୍ତି । ବରଂ ଶାନ୍ତିପୂର୍ଣ୍ଣ ଭାବରେ ଦିଲ୍ଲୀରେ ପହଂଚି ନିଜ କଥା ସରକାରଙ୍କ କାନରେ ପକାଇବାକୁ ଅଡି ବସିଛନ୍ତି । ହେଲେ ଏହି ବୈଠକ ପୂର୍ବରୁ ଚେତାବନୀ ଦେଇ ଆନ୍ଦୋଳନକାରୀ କୃଷକ କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର ନକଲେ ବନ୍ଦ କରିଦେବେ ଦିଲ୍ଲୀ ବାଟ ।

ଆଜି ଦିନ ୧୨ଟାରେ କୃଷକ ଓ କେନ୍ଦ୍ର ସରକାରଙ୍କ ମଧୟରେ ଆଲୋଚନା ହେବ । ଆସନ୍ତୁ ଜାଣିବା କେଉଁ ପ୍ରସଙ୍ଗରେ ହେବ କଥାବାର୍ତ୍ତା ।

୧. ଆଇନରେ ସଂଶୋଧନ କେତେ ସମ୍ଭବ?
୨. ଏମଏସପିରେ ଆଇନଗତ ଗ୍ୟାରେଂଟି
୩. ନୂଆ ଏମଏସପି ଯୋଡିବା
୪. ସମୀକ୍ଷା କମିଟି ଗଠନ
୫. କୃଷକଙ୍କ ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗ