ସରକାରଙ୍କୁ ଚାଷୀ ନେତା ରାକେଶ ଟିକାୟତଙ୍କ ଚେତାବନୀ : ଆଇନ ପ୍ରତ୍ୟାହାର ନହେଲେ ସଂସଦ ପରିସରରେ ଚାଷୀ କରିବେ ହଳ କ୍ରାନ୍ତି

ଦାବି ପୂରଣ ନହେବା ଯାଏଁ ହଟିବେ ନାହିଁ ପଛକୁ

84

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ଭିତରେ ଆନ୍ଦୋଳନକୁ ନୂଆ ଦିଗ ଦେବାକୁ ଘୋଷଣା କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏବେ କେନ୍ଦ୍ର ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ନକଲେ, ଆରମ୍ଭ ହେବ ହଳ କ୍ରାନ୍ତି । ଚାଷୀ ସଂସଦ ପରିସରକୁ ଯାଇ ଟ୍ରାକ୍ଟର ଚଳାଇବେ । ଏଥର ୪୦ ଲକ୍ଷ ଟ୍ରାକ୍ଟର ଏଥିରେ ସାମିଲ ହେବ । ସଂସଦ ପରିସରରେ ଚାଷୀ ଟ୍ରାକ୍ଟରରେ ହଳ କରି କୃଷି ରିସର୍ଚ ସେଂଟର କରି ଫସଲ ଉପୁଯାଇବେ, କେତେ ଲାଭ କେତେ କ୍ଷତି ତାହା ଦେଖାଇବେ ।

ତେବେ ଏହି ହଳ କ୍ରାନ୍ତି କେବେ କରିବେ କିଛି ସ୍ପଷ୍ଟ କରିନାହାନ୍ତି ରାକେଶ ଟିକାୟତ । ଏହା ଚଳିତ ବର୍ଷ ହୋଇପାରେ, ଆଗାମୀ ବର୍ଷ ହୋଇପାରେ, ୫ ବର୍ଷ ପରେ ହୋଇପାରେ । କିନ୍ତୁ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଏହି ହଳକ୍ରାନ୍ତି ହୋଇକି ରହିବ ବୋଲି କହିଛନ୍ତି ଚାଷୀ ନେତା । ଚାଷୀ ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ସରକାର ଏଥିପାଇଁ ବାଟ କରିବା ଦରକାର । କିନ୍ତୁ ବିନା କୌଣସି ଫଳାଫଳରେ ଆମେ ଆନ୍ଦୋଳନରୁ ଉଠିବୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି ରାକେଶ ଟିକାୟତ । ସେପଟେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ମୋଦି ସରକାର ସବୁବେଳେ ଚାଷୀଙ୍କ ହିତ ପାଇଁ ଅଛନ୍ତି । ଚାଷୀଙ୍କ ଉତ୍ପାଦନ ଦୁଇ ଗୁଣ କରିବାକୁ ସରକାର ସବୁବେଳେ ଚେଷ୍ଟା କରୁଛନ୍ତି । ଚାଷୀଙ୍କ ସହିତ ଆଲୋଚନା ପାଇଁ ସବୁ ରାସ୍ତା ଖୋଲା ଥିବା କହିଛନ୍ତି ତୋମର ।