ଲେଖାଶ୍ରୀଙ୍କୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ କରିବ କି ବିଜେଡି? ଲେଖାଶ୍ରୀ ‘ଶଙ୍ଖ’ ଧରିବା ପରେ ବଢ଼ିଲା ଚର୍ଚ୍ଚା ।

759

କନକ ବ୍ୟୁରୋ: ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାର ହେବେ କି ବିଜେଡିର ବାଲେଶ୍ୱର ସାଂସଦ ପ୍ରାର୍ଥୀ ? ଏହାକୁ ନେଇ ଚର୍ଚ୍ଚା ବଢିଛି । ଏହାରି ଭିତରେ ନବୀନ ନିବାସରେ ଏକାଠି ହୋଇଛନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଏବଂ ଲେଖାଶ୍ରୀ । ଉଭୟ ନେତା ଏକାଠି ହୋଇ ଯଦିଓ ଆଲୋଚନା କରିଛନ୍ତି କିନ୍ତୁ ଗଣମାଧ୍ୟମକୁ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ବିଜେଡି ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି । ହେଲେ ବାଲେଶ୍ୱର ପାଇଁ ଆସନ ଘୋଷଣା କରିନି । ଗତକାଲି ବାଲେଶ୍ୱରର ଅନ୍ୟତମ ବରିଷ୍ଠ ନେତା ରଘୁନାଥ ମହାନ୍ତି ବିଜେପି ଛାଡି ବିଜେଡିକୁ ଫେରିଛନ୍ତି । ଏହାପରେ ଖୁବଶୀଘ୍ର ସାଂସଦ ପ୍ରାର୍ଥୀ ଘୋଷଣା ହେବ ବୋଲି କୁହାଯାଉଛି । ବିଜେପି ଏହି ଆସନ ପାଇଁ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ତେଣୁ ତାଙ୍କ ବିରୋଧରେ କାହାକୁ ପ୍ରାର୍ଥୀ କରିବେ ଉଭୟ ବିଜେଡି ଓ କଂଗ୍ରେସ ତା ଉପରେ ନଜର ରହିଛି ।