ନ୍ୟୁଜ ଫ୍ୟୁଜ ଛାଡିବେ କି କୁନା ତ୍ରିପାଠୀ? ନୂଆ ଦାୟିତ୍ୱ ମିଳିବା ପରେ କହିଲେ, ଗୁରୁ ଦାୟିତ୍ୱ ମିଳିଛି । ସମୟ ମିଳିଲେ ଚିନ୍ତା କରିବି ।

ନ୍ୟୁଜ ଫ୍ୟୁଜ ଛାଡିବେ କି କୁନା ତ୍ରିପାଠୀ? ନୂଆ ଦାୟିତ୍ୱ ମିଳିବା ପରେ କହିଲେ, ଗୁରୁ ଦାୟିତ୍ୱ ମିଳିଛି । ସମୟ ମିଳିଲେ ଚିନ୍ତା କରିବି ।

କନକ ବ୍ୟୁରୋ : ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କୁନା ତ୍ରିପାଠୀଙ୍କୁ ଦାୟିତ୍ୱ ମିଳିବା ପରେ ଏବେ ବଡ ପ୍ରଶ୍ନ ଉଠୁଛି, ଲୋକପ୍ରିୟ ଟିଭି ଶୋ ନ୍ୟୁଜ ଫ୍ୟୁଜରେ ଉପସ୍ଥାପନା ଦାୟିତ୍ୱ ତୁଲାଇବେ କି ନାହିଁ? ତେବେ ଏନେଇ କନକ ନ୍ୟୁଜକୁ ସୁଚନା ଦେଇ ସେ କହିଛନ୍ତି, ତାଙ୍କୁ ରାଜ୍ୟ ସରକାର ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଏଥିପାଇଁ ଅଧିକରୁ ଅଧିକ ସମୟ ଆବଶ୍ୟକ । ଯଦି ସମୟ ମିଳେ ତେବେ ଏହି କାର୍ଯ୍ୟକ୍ରମ ଉପସ୍ଥାପନା ଚାଲୁ ରଖିବେ । ଆଗକୁ ସମୟ କହିବ, ସେ କଣ ନିଷ୍ପତ୍ତି ନେବେ । ଅନ୍ୟ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କୁନା ତ୍ରିପାଠୀ କହିଛନ୍ତି, ପୂର୍ବରୁ ଅଭିନୟ ପାଇଁ ଅଧ୍ୟାପନା ଛାଡିଥିଲି । ବଡ ଦାୟିତ୍ୱ ମିଳିଲେ ଛୋଟ ଦାୟିତ୍ୱ ଛାଡିବାରେ ଅସୁବିଧା କିଛି ନାହିଁ । ଆଉ କୁନା ତ୍ରିପାଠୀଙ୍କ ଏହି ପ୍ରତିକ୍ରିୟା ଅନେକ ଗୁରୁତ୍ୱପୁର୍ଣ୍ଣ ଦିଗକୁ ସାମ୍ନାକୁ ଆଣୁଛି ।

ଆଜି ରାଜ୍ୟ ସରକାର କୁନା ତ୍ରିପାଠୀଙ୍କୁ ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ମୁନା ଖାଁଙ୍କ ସ୍ଥାନରେ କୁନା ତ୍ରିପାଠୀ ଏହି ଦାୟିତ୍ୱ ସମ୍ଭାଳିବେ । ଦାୟିତ୍ୱ ମିଳିବା ପରେ କୁନା ତ୍ରିପାଠୀ କହିଛନ୍ତି, କଳିଙ୍ଗ ଷ୍ଟୁଡିଓର ପୁନଉଦ୍ଧାର କରିବା ତାଙ୍କର ପ୍ରଥମ କାର୍ଯ୍ୟ ହେବ । ଓଡ଼ିଆ ସିନେମାର ଉନ୍ନତି ପାଇଁ ଯାହା ସମ୍ଭବ କରିବେ ବୋଲି କହିଛନ୍ତି କୁନା ତ୍ରିପାଠୀ । ସେହିପରି ଚଳଚିତ୍ର ନିର୍ମାତାଙ୍କୁ ଋଣ ନିଆଯିବ ବୋଲି ସେ କହିଛନ୍ତି । ଦେଖିବା ଓଡ଼ିଆ ସିନେମାର ଉନ୍ନତି ପାଇଁ କଣ ସବୁ କରିବାକୁ ଲକ୍ଷ୍ୟ ରଖିଛନ୍ତି ଚଳଚିତ୍ର ନିଗମର ନୂଆ ଅଧ୍ୟକ୍ଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe