୨୮ ବର୍ଷ ପରେ ମିଳିବ କି ନ୍ୟାୟ ? କିଛି ସମୟ ପରେ ଆସିବ ବାବ୍ରୀ ମସଜିଦ ଭଙ୍ଗାର ରାୟ ; ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଶୁଣାଣି ଜାରି 

55
କନକ ବ୍ୟୁରୋ : କିଛି ସମୟ ପରେ ଆସିବ ବାବ୍ରୀ ମସଜିଦ ଭଙ୍ଗାର ରାୟ । ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଶୁଣାଣି ଜାରି । ୩୨ ଅଭିଯୁକ୍ତଙ୍କ ମଧ୍ୟରୁ କୋର୍ଟରେ ୨୬ଜଣ ଉପସ୍ଥିତ ଅଛନ୍ତି । ଆଡଭାନୀ, ଯୋଶୀ, ଉମାଭାରତୀ କୋର୍ଟରେ ଅନୁପସ୍ଥିତ ରହଥିବା ବେଳେ ୪୯ଜଣଙ୍କ ବିରୋଧରେ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୧୭ଜଣଙ୍କ ମୃତ୍ୟୁ ଘଟିଛି ।
ଏଥିପାଇଁ ଲଖନୌରେ ସ୍ପେଶାଲ ସିବିଆଇ କୋର୍ଟ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସ୍ପେଶାଲ କୋର୍ଟକୁ ସଂଲଗ୍ନ କରୁଥିବା ସମସ୍ତ ରାସ୍ତାରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ ହୋଇଛନ୍ତି । ବାବ୍ରି ଧ୍ୱଂସ ମାମଲାରେ ମୋଟ୍ ୪୯ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । ଏହା ମଧ୍ୟରୁ ୧୭ ଅଭିଯୁକ୍ତଙ୍କର ପରଲୋକ ଘଟିଲାଣିି । ଅନ୍ୟ ୩୨ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ ଏବଂ ଉମାଭାରତୀ ପ୍ରମୁଖ ।
ଏହି ମାମଲାରେ ପ୍ରାୟ ୩ ଶହ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ନିଆଯାଇଛି । ୬ ଶହ ଦସ୍ତାବିଜ୍ ମଧ୍ୟ ଦାଖଲ ହୋଇଛି । ୬ ଡିସେମ୍ୱର ୧୯୯୨ ମସିହାରେ ବାବ୍ରି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ଉତରପ୍ରଦେଶରେ ଦେଖାଦେଇଥିଲା ସାଂପ୍ରଦାୟିକ ଦଙ୍ଗା । ୯ ନଭେମ୍ୱର ୨୦୧୯ରେ ସୁପ୍ରିମକୋର୍ଟ ରାମମନ୍ଦିର ନିର୍ମାଣ ପାଇଁ ରାୟ ଦେଇଥିଲେ । ଆଜି ଲକ୍ଷେ୍ନøର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାର ରାୟ ଶୁଣାଇବେ । ତେବେ ଏହି ରାୟ ପ୍ରକାଶ ବେଳେ କୋର୍ଟରେ ଆଡଭାନୀ, ମୁରଲି ମନୋହର ଯୋଶୀ ଏବଂ ଉମାଭାରତୀ ଉପସ୍ଥିତ ରହିବେ ନାହିଁ ବୋଲି ଜଣାଇଛନ୍ତି ।