ମା’ ସମଲେଶ୍ବରୀ ପୀଠରେ ଆୟ ତୁଳନାରେ ଖର୍ଚ୍ଚ ଅଧିକ । ମାସକୁ ଆସୁଛି ପ୍ରାୟ ୩ ଲକ୍ଷଟଙ୍କା ବିଦ୍ୟୁତ ବିଲ୍ । ପଇଠ କରି ପାରୁନାହାନ୍ତି ମନ୍ଦିର କର୍ତୁପକ୍ଷ 

Advertisment
ମା’ ସମଲେଶ୍ବରୀ ପୀଠରେ ଆୟ ତୁଳନାରେ ଖର୍ଚ୍ଚ ଅଧିକ । ମାସକୁ ଆସୁଛି ପ୍ରାୟ ୩ ଲକ୍ଷଟଙ୍କା ବିଦ୍ୟୁତ ବିଲ୍ । ପଇଠ କରି ପାରୁନାହାନ୍ତି ମନ୍ଦିର କର୍ତୁପକ୍ଷ 

କନକ ବ୍ୟୁରୋ : ଥାଟବାଟରେ ଉଦଘାଟିତ ହେଲା ସମ୍ବଲପୁରର ମାଆ ସମଲେଇ ପ୍ରକଳ୍ପ। ଏବେ ଆଲୋକୀକରଣରେ ଝଲସୁଛି ମାଆଙ୍କ ମନ୍ଦିର । ତତ୍କାଳୀନ ବିଜେଡି ସରକାର ପ୍ରକଳ୍ପକୁ ଆଲୋକୀକରଣ କଲେ, କିନ୍ତୁ ଫଣ୍ଡ ବ୍ୟବସ୍ଥା କଲେ ନାହିଁ । ଫଳରେ ଏବେ ସଂକଟ ଭିତରକୁ ଚାଲିଯାଇଛି ମନ୍ଦିର । ଅତ୍ୟାଧୁନିକ ଲାଇଟ ବ୍ୟବସ୍ଥା ହୋଇ ରାତିରେ ମାଆଙ୍କ ମନ୍ଦିର ଝଲୁସୁଥିବାବେଳେ ଏବେ ବିଦ୍ୟୁତ ବିଲ ମନ୍ଦିର ଟ୍ରଷ୍ଟ ବୋର୍ଡର ଟେନସନ ବଢାଇଦେଇଛି । ବକେୟା ବିଦ୍ୟୁତ ବିଲ ଦେବାକୁ ମନ୍ଦିର ଟ୍ରଷ୍ଟ ପାଖରେ ଟଙ୍କା ନାହିଁ ।

ସମଲେଇ ମନ୍ଦିରରେ ମାସକୁ ଆସୁଛି ପ୍ରାୟ ଲକ୍ଷଟଙ୍କା ବିଦ୍ୟୁତ ବିଲ୍

- ହୁଣ୍ଡିରୁ ଆୟ ମାସକୁ ପାଖାପାଖି ଅଢେଇରୁ ଲକ୍ଷ ଟଙ୍କା

-ମନ୍ଦିରର କୌଣସି କର୍ପସ ଫଣ୍ଡ ନାହିଁ କି ସେଭଳି ବଡ ଆୟ ବି ନାହିଁ

-ବର୍ତ୍ତମାନ ସମଲେଇ ମନ୍ଦିର ଉପରେ  ପୁରୁଣା ନୂଆ ବିଦ୍ୟୁତ ବିଲ୍ ମିଶି ମୋଟ ୧୭ ଲକ୍ଷଟଙ୍କା ବକେୟା ଅଛି ଆଉ ବିଲ ଦେବାକୁ ଟଙ୍କା ନଥିବାରୁ ଆଲୋକୀକରଣ ପ୍ରକଳ୍ପ ମନ୍ଦିର ଟ୍ରଷ୍ଟ ବୋର୍ଡ ପାଇଁ ବୋଝ ପାଲଟିଛି ।

ସମଲେଇ ମନ୍ଦିରରେ  ୨୪ ଶହ ଲାଇଟ ଲାଗିଥିବାବେଳେ ୨୪୦ କିଲୋୱାଟର ବିଦ୍ୟୁତ ସଂଯୋଗ ରହିଛି । ୨୪୦ କିଲୋୱାଟ ମଧ୍ୟରୁ  ୧୨୦ କିଲୋୱାଟର  ସୌରବିଦ୍ୟୁତ  ପାଇଁ ଅନୁମତି ମିଳିଛି । କିନ୍ତୁ ଏହା ବି ଏ ଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ । ଆଉ ଏତେ ବିଦ୍ୟୁତ ବିଲ ଆସିବା ପରେ ଖର୍ଚ୍ଚକାଟ ପାଇଁ ବାଧ୍ୟ ହୋଇ ରାତି ୧୦ଟାରେ ଅଧା ଲାଇଟ ବନ୍ଦ କରିଦିଆଯାଉଛି ।

ରାଜ୍ୟ ସରକାର ବକେୟା ବିଲ ଦେବା ବାବଦରେ ଶୀଘ୍ର ହସ୍ତକ୍ଷେପ ନ କଲେ ମା’ ସମଲେଇ ପ୍ରକଳ୍ପ ଆଲୋକୀକରଣ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe