କନକ ବ୍ୟୁରୋ : ଥାଟବାଟରେ ଉଦଘାଟିତ ହେଲା ସମ୍ବଲପୁରର ମାଆ ସମଲେଇ ପ୍ରକଳ୍ପ। ଏବେ ଆଲୋକୀକରଣରେ ଝଲସୁଛି ମାଆଙ୍କ ମନ୍ଦିର । ତତ୍କାଳୀନ ବିଜେଡି ସରକାର ପ୍ରକଳ୍ପକୁ ଆଲୋକୀକରଣ କଲେ, କିନ୍ତୁ ଫଣ୍ଡ ବ୍ୟବସ୍ଥା କଲେ ନାହିଁ । ଫଳରେ ଏବେ ସଂକଟ ଭିତରକୁ ଚାଲିଯାଇଛି ମନ୍ଦିର । ଅତ୍ୟାଧୁନିକ ଲାଇଟ ବ୍ୟବସ୍ଥା ହୋଇ ରାତିରେ ମାଆଙ୍କ ମନ୍ଦିର ଝଲୁସୁଥିବାବେଳେ ଏବେ ବିଦ୍ୟୁତ ବିଲ ମନ୍ଦିର ଟ୍ରଷ୍ଟ ବୋର୍ଡର ଟେନସନ ବଢାଇଦେଇଛି । ବକେୟା ବିଦ୍ୟୁତ ବିଲ ଦେବାକୁ ମନ୍ଦିର ଟ୍ରଷ୍ଟ ପାଖରେ ଟଙ୍କା ନାହିଁ ।
ସମଲେଇମନ୍ଦିରରେମାସକୁଆସୁଛିପ୍ରାୟ୩ଲକ୍ଷଟଙ୍କାବିଦ୍ୟୁତବିଲ୍
- ହୁଣ୍ଡିରୁଆୟମାସକୁପାଖାପାଖିଅଢେଇରୁ୩ଲକ୍ଷଟଙ୍କା
-ମନ୍ଦିରରକୌଣସିକର୍ପସଫଣ୍ଡନାହିଁକିସେଭଳିବଡଆୟବିନାହିଁ
-ବର୍ତ୍ତମାନସମଲେଇମନ୍ଦିରଉପରେପୁରୁଣାଓନୂଆବିଦ୍ୟୁତବିଲ୍ମିଶିମୋଟ୧୭ଲକ୍ଷଟଙ୍କାବକେୟାଅଛି। ଆଉ ବିଲ ଦେବାକୁ ଟଙ୍କା ନଥିବାରୁ ଆଲୋକୀକରଣ ପ୍ରକଳ୍ପ ମନ୍ଦିର ଟ୍ରଷ୍ଟ ବୋର୍ଡ ପାଇଁ ବୋଝ ପାଲଟିଛି ।
ସମଲେଇ ମନ୍ଦିରରେ ୨୪ ଶହ ଲାଇଟ ଲାଗିଥିବାବେଳେ ୨୪୦ କିଲୋୱାଟର ବିଦ୍ୟୁତ ସଂଯୋଗ ରହିଛି । ୨୪୦ କିଲୋୱାଟ ମଧ୍ୟରୁ ୧୨୦ କିଲୋୱାଟର ସୌରବିଦ୍ୟୁତ ପାଇଁ ଅନୁମତି ମିଳିଛି । କିନ୍ତୁ ଏହା ବି ଏ ଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ । ଆଉ ଏତେ ବିଦ୍ୟୁତ ବିଲ ଆସିବା ପରେ ଖର୍ଚ୍ଚକାଟ ପାଇଁ ବାଧ୍ୟ ହୋଇ ରାତି ୧୦ଟାରେ ଅଧା ଲାଇଟ ବନ୍ଦ କରିଦିଆଯାଉଛି ।
ରାଜ୍ୟ ସରକାର ବକେୟା ବିଲ ଦେବା ବାବଦରେ ଶୀଘ୍ର ହସ୍ତକ୍ଷେପ ନ କଲେ ମା’ ସମଲେଇ ପ୍ରକଳ୍ପ ଆଲୋକୀକରଣ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି ।