ଅଗଷ୍ଟ ମାସ ପାଇଁ ଆସିଲା ଗାଇଡଲାଇନ । ଜାଣନ୍ତୁ କ’ଣ ବନ୍ଦ ଆଉ କ’ଣ ରହିବ ଖୋଲା?

Advertisment
ଅଗଷ୍ଟ ମାସ ପାଇଁ ଆସିଲା ଗାଇଡଲାଇନ । ଜାଣନ୍ତୁ କ’ଣ ବନ୍ଦ ଆଉ କ’ଣ ରହିବ ଖୋଲା?

କନକ ବ୍ୟୁରୋ: ରାଜ୍ୟରେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନରେ ନିୟମ କୋହଳ କରାଯାଇଥିବା ବେଳେ ସାମାନ୍ୟ କଟକଣା ଜାରି କରାଯାଇଛି । ଏହାସହ ରାତି ୮ଟା ଯାଏଁ ସବୁ ଦୋକାନ ବଜାର ଖୋଲା ରହିବ । ସେହିପରି ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଏହି ନିୟମ ସେପ୍ଟେମ୍ବର ୧ ଯାଏଁ ବଳବତ୍ତର ରହିବ । ତେବେ ଜାଣନ୍ତୁ ଅଗଷ୍ଟ ଗାଇଡଲାଇନରେ କଣ ବନ୍ଦ କଣ ଖୋଲା ।

କ’ଣ ଖୋଲା?
ଖୋଲିବ ମଲ୍, ସିନେମା ହଲ୍, ରେଷ୍ଟୁରାଣ୍ଟ
ୱାଟରପାର୍କ, ସ୍ୱିମିଂ ପୁଲ ଓ ମୀନା ବଜାର ଖୋଲା
ଖୋଲିବ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର
ପାର୍କ ଓ ବିଚକୁ ଯିବାକୁ ଅନୁମତି
ରାସ୍ତାକଡ ଜଳଖିଆ ଦୋକାନରେ ଠିଆ ହୋଇ ଖାଇବାକୁ ଅନୁମତି
ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା
ଦୈନିକ, ସାପ୍ତାହିକ ହାଟ ଓ ରାଜ୍ୟରେ ବସ ଚଳାଚଳକୁ ଅନୁମତି

କ’ଣ ବନ୍ଦ?
ସାମାଜିକ, ସାଂସ୍କୃତିକ, ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ
୧୦୦ ଜଣ ବ୍ୟକ୍ତିରେ ଅଫିସିଆଲ ମିଟିଂ
ବିବାହ, ଅନ୍ତିମ ସଂସ୍କାରରେ କଟକଣା ବଳବତ୍ତର ରହିବ
ମନ୍ଦିର ଖୋଲିବା ନିଷ୍ପତ୍ତି କରିବ ଜିଲ୍ଲା ପ୍ରଶାସନ
ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ
ଭୁବନେଶ୍ୱର, ପୁରୀ ଓ କଟକ ସହରରେ ସପ୍ତାହାନ୍ତ ସଟଡାଉନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe