ଆଇପିଏଲର ଉଦଘାଟନୀ ମ୍ୟାଚ କଲା ନୂଆ ରେକର୍ଡ: ମ୍ୟାଚକୁ ଦେଖିଲେ ୨୦କୋଟି ଦର୍ଶକ; ଟୁଇଟ କରି ସୂଚନା ଦେଲେ ବିସିସିଆଇ ସଚିବ ଜୟ ଶାହା

ଆବୁଧାବୀର ଶେଖ ଜାୟେଦ ଷ୍ଟାଡିମୟରେ ଖେଳାଯାଇଥିଲା ଏହି ମ୍ୟାଚ୍

163

କନକ ବ୍ୟୁରୋ: ଆଇପିଏଲର ଉଦ୍ଘାଟନୀ ମ୍ୟାଚ ଏକ ନୂଆ ରେକର୍ଡ କରିଛି । ମହାମାରୀ କାରଣରୁ ଭାରତ ବଦଳରେ ଦୁବାଇରେ ମ୍ୟାଚ ଖେଳାଯାଉଥିଲେ ମଧ୍ୟ ଆଇପିଏଲର ଲୋକପ୍ରିୟତାରେ ଏହାର କୌଣସି ଫରକ ପଡିନାହିଁ । ବରଂ ଚଳିତ ଥର ଆଇପିଏଲକୁ ନେଇ ଦର୍ଶକଙ୍କ ଉତ୍ସାହ ବଜାୟ ରହିଛି । ବିସିସିଆଇ ସଚିବ ଜୟ ଶାହ ନିଜ ଟ୍ୱିଟର ଆକାଉଂଟରେ ଏକ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ, ଆଇପିଏଲ ଉଦଘାଟନୀ ମ୍ୟାଚକୁ ଚଳିତ ଥର ୨୦କୋଟି ଦର୍ଶକ ଦେଖିଛନ୍ତି । ମ୍ୟାଚ ଦେଖିବା ପାଇଁ ୨୦କୋଟିରୁ ଅଧିକ ଦର୍ଶକ ଟ୍ୟୁନ କରିଥିବା ଜଣାପଡିଛି । କୌଣସି ଖେଳର ଉଦ୍ଘାଟନୀ ମ୍ୟାଚରେ ଏହା ହେଉଛି ସର୍ବଶ୍ରେଷ୍ଠ ।

କୌଣସି ଲିଗକୁ ଏହା ପୂର୍ବରୁ ଏତିକି ସଂଖ୍ୟାରେ ଦର୍ଶକ ଦେଖିନଥିଲେ । ଏହା ହିଁ ଏକ ରେକର୍ଡ । ବିନା ଦର୍ଶକରେ ଏଥର ଚାଲିଛି ଆଇପିଏଲ । ଆବୁଧାବୀର ଶେଖ ଜାୟେଦ ଷ୍ଟାଡିମୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା ଚେନ୍ନାଇ ସୁପରକିଙ୍ଗସ । ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗସ, ମୁମ୍ବାଇ ଇଣ୍ଡିଆନ୍ସକୁ ୫ୱିକେଟରେ ହରାଇଥିଲା । ଜୟ ଶାହା ଟ୍ୱିଟ କରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ, ଆଇପିଏଲ ଉଦ୍ଘାଟନୀ ମ୍ୟାଚ ଏକ ନୂଆ ରେକର୍ଡ କରିଛି । ବାର୍କ ଅନୁଯାୟୀ ଏହି ମ୍ୟାଚକୁ ୨୦କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି । କୌଣସି ଖେଳର ଉଦ୍ଘାଟନୀ ମ୍ୟାଚରେ ଏହା ହେଉଛି ସର୍ବଶ୍ରେଷ୍ଠ । କୌଣସି ଲିଗକୁ ଏହା ପୂର୍ବରୁ ଏତିକି ସଂଖ୍ୟାରେ ଦର୍ଶକ ଦେଖିନଥିଲେ । ଏହା ହିଁ ଏକ ରେକର୍ଡ ।