କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଶକ୍ତି ଆଜି ଦ୍ୱିଗୁଣିତ ହେବାକୁ ଯାଉଛି । ପ୍ରଥମ ସି-୨୯୫ ପରିବହନ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ୍ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗାଜିଆବାଦର ହିଣ୍ଡେନ ଏୟାରବେସରେ ଏକ ସମାରୋହରେ ଏହି ବିମାନଗୁଡ଼ିକୁ ବାୟୁସେନାକୁ ହସ୍ତାନ୍ତର କରିବେ । ଏହା ସହିତ ରାଜନାଥ ସିଂ ଆଜି ଭାରତ ଡ୍ରୋନ ଶକ୍ତି ୨୦୨୩ ର ଉଦଘାଟନ କରିବାକୁ ଯାଉଛନ୍ତି ।

Advertisment

ପ୍ରଥମ କାର୍ଯ୍ୟକ୍ରମ ହେଉଛି ଆନୁଷ୍ଠାନିକ ଭାବରେ ବାୟୁସେନାରେ ସି-୨୯୫ ଅନ୍ତର୍ଭୁକ୍ତ କରିବା । ଏହି ବିମାନ ସ୍ପେନଠାରୁ ୬ ହଜାର ୮୫୪ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ୨୦ ସେପ୍ଟେମ୍ବରରେ ଭଦୋଦରାରେ ପହଞ୍ଚିଛି । ଆଜି ଏହି ବିମାନ ବଡୋଦରା ଠାରୁ ଉଡ଼ି ହିଣ୍ଡେନ ଏୟାରବେସରେ ପହଞ୍ଚିବ । ଗତ ବର୍ଷ ଅକ୍ଟୋବର ୩୧ ରେ ଭଦୋଦରା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକଳ୍ପର ମୂଳଦୁଆ ପକାଇଥିଲେ । ନଜର ପକାନ୍ତୁ ଏହି ବିମାନର ବିଶେଷତ୍ୱ ଉପରେ ।

ବଢ଼ିବ ବାୟୁସେନାର ବଳ

- ବିମାନଟି ୧ କିଲୋମିଟରରୁ କମ୍ ରନୱେରୁ ଉଡ଼ିପାରିବ
- ଅବତରଣ ପାଇଁ ଏହା କେବଳ ୪୨୦ ମିଟର ରନୱେ ଆବଶ୍ୟକ କରେ
- ଏହାର ଅର୍ଥ ବାୟୁସେନା ପାହାଡିଆ ଅଞ୍ଚଳ ଏବଂ ଦ୍ୱୀପପୁଞ୍ଜରେ ମଧ୍ୟ ସିଧାସଳଖ ଯବାନଙ୍କୁ ଅବତରଣ କରିବାକୁ ସକ୍ଷମ ହେବ
- ସି-୨୯୫ ବିମାନ ଆତ୍ମନିର୍ଭରଶୀଳ ଭାରତର ପରିଚୟ
- ସି-୨୯୫ ଏୟାରବସ୍ କମ୍ପାନୀ ଦ୍ୱାରା ନିର୍ମିତ
- ଏୟାରବସ୍ ସ୍ପେସ୍ ଏବଂ ଡିଫେନ୍ସ କମ୍ପାନୀ ସହିତ ୨୧,୯୩୫ କୋଟି ଟଙ୍କାରେ ୫୬ ସି -୨୯୫ ବିମାନ କିଣିବା ପାଇଁ ଚୁକ୍ତିନାମା ହୋଇଥିଲା
- ୧୭ ତମ ବିମାନ ଭାରତରେ ଉତ୍ପାଦିତ ହେବ
- ଟାଟା କମ୍ପାନୀ ଓ ଏୟାରବସ ମଧ୍ୟରେ ଏଥିପାଇଁ ଚୁକ୍ତି ହୋଇଛି
- ୪୦ଟି ବିମାନ ଦୁଇ କମ୍ପାନୀ ତିଆରି କରିବେ
- ମୋଟ୍ ୫୬ଟି ବିମାନ ୨୦୨୬ ସୁଦ୍ଧା ତିଆରି ହେବ