ବିପଦଜ୍ଜନକ ନିଶା ତାଲିକାରୁ ଗଂଜେଇକୁ ବାଦ ଦେବା ପାଇଁ ଜାତିସଂଘରେ ଭୋଟ୍ ଦେଲା ଭାରତ: ବଡ ପ୍ରଶ୍ନ, ଜାତିସଂଘର ଅନୁମତି ପରେ ଦେଶରେ ଆଇନ ସମ୍ମତ ହେବ କି ଗଂଜେଇ

150

କନକ ବ୍ୟୁରୋ: ଗଂଜେଇ ଭାରତରେ ଆଇନ ସମ୍ମତ ହେବ କି? ବିପଜ୍ଜନକ ନିଶା ତାଲିକାରୁ ଗଂଜେଇକୁ ବାଦ ଦେବା ପାଇଁ ମିଳିତ ଜାତିସଂଘରେ ଭାରତ ଭୋଟ ଦେବା ପରେ ଏ ନେଇ ବିତର୍କ ଆରମ୍ଭ ହୋଇଛି । ଗଂଜେଇକୁ ନେଇ ନାର୍କୋଟିକ୍ ବ୍ୟୁରୋ କଡ଼ା ଅଭିମୁଖ୍ୟ ଦେଖାଉଥିବା ବେଳେ ବିପଜ୍ଜନକ ନିଶା ତାଲିକାରୁ ଗଂଜେଇକୁ ବାଦ ଦେବା ପାଇଁ ମିଳିତ ଜାତିସଂଘରେ ଭୋଟ ଦେଇଛି ଭାରତ । ମିଳିତ ଜାତିସଂଘର ନାର୍କୋଟିକ୍ ଡ୍ରଗ୍ସ କମିସନ, ଗଂଜେଇକୁ ବିପଜ୍ଜନକ ନିଶାଦ୍ରବ୍ୟ ନୁହେଁ କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ ।

୧୯୮୫ର ନାର୍କୋଟିକ୍ ଡ୍ରଗ୍ସ ଆଇନ୍ ଅନୁସାରେ ଭାରତରେ ଗଂଜେଇ ଏକ ନିଷିଦ୍ଧ ନିଶାଦ୍ରବ୍ୟ । ଗଂଜେଇ ଚାଷ, ଉତ୍ପାଦନ, ପରିବହନ, ବିକ୍ରି, ସେବନ ଦଣ୍ଡଯୁକ୍ତ ଅପରାଧ । ବିପଜ୍ଜନକ ନିଶା ତାଲିକାରୁ ଗଂଜେଇକୁ ବାଦ ଦେବା ପାଇଁ ମିଳିତ ଜାତିସଂଘରେ ନିଷ୍ପତି ହେବା ପରେ ଗଂଜେଇକୁ ନେଇ ଭାରତ କି ଆଭିମୁଖ୍ୟ ଗ୍ରହଣ କରୁଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।