କନକ ବ୍ୟୁରୋ: ବଟି ଆଦାୟ ମାମଲାରେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀଙ୍କ ସମସ୍ୟା ବଢିବାରେ ଲାଗିଛି । ରିମାଣ୍ଡରେ ଥିବା ଅନିଲ ଦେଶମୁଖଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଜେରା କରୁଥିବାବେଳେ ଏବେ ତାଙ୍କ ପୁଅ ହୃଷିକେଶ ଦେଶମୁଖଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବାର ସମ୍ଭାବନା ରହିଛି । ଏବେ ଅନିଲଙ୍କ ପୁଅ ହୃଷିକେଶ ଦେଶମୁଖଙ୍କୁ ସମନ ପଠାଇଛି ଇଡି । ହୃଷିକେଶ ଦେଶମୁଖ ମଧ୍ୟ ଟଙ୍କା ଠକେଇ ମାମଲାରେ ସମ୍ପୃକ୍ତ ଥିବା ସୁରାକ ଇଡି ହାତରେ ଲାଗିଛି । ବଟି ଆକାରରେ ବିଭିନ୍ନ ବାରରୁ ଟଙ୍କା ଆଦାୟ କରି ଦେଶମୁଖ ପରିବାର ଦ୍ୱାରା ପରିଚାଳିତ ଏକ ଟ୍ରଷ୍ଟକୁ ଯାଉଥିବା ତଥ୍ୟ ପ୍ରବର୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଥିବା ସୂଚନା ମିଳିଛି ।
ସେପଟେ ଘଟଣାକୁ ନେଇ ମହାରାଷ୍ଟ୍ରର ଅନ୍ୟ ନେତାଙ୍କ ଅଡୁଆ ବଢିଛି । ଏହି ମାମଲାରେ ଭାଜପା ନେତା କିରିଟ ସୋମେୟା ଟୁଇଟ କରି ମହାରାଷ୍ଟ୍ର ସରକାରରେ ଥିବା ପ୍ରମୁଖ ନେତାଙ୍କୁ ଟାର୍ଗେଟ କରିଛନ୍ତି । ଦେଶମୁଖ ଗିରଫ ହେଇସାରିଥିବା ବେଳେ ଏବେ ଶିବସେନା ଓ ଏନସିପିର ବିଭିନ୍ନ ନେତାଙ୍କ ପାଳି ବୋଲି କହିଛନ୍ତି ସୋମେୟା । ସେହିପରି ଦେଶମୁଖଙ୍କ ପରିବାର ମଧ୍ୟ ଖୁବଶୀଘ୍ର ଏହି ମାମଲାରେ ଫସିପାରନ୍ତି ବୋଲି କହି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛନ୍ତି ଭାଜପା ନେତା । ସେପଟେ ଇଡି , ଆଇଟି , ସିବିଆଇ ଓ ଏନସିବିର ଭୁଲ ବ୍ୟବହାର କରି ମହାରାଷ୍ଟ୍ର ବିକାଶ ଅଘାଡି ଦଳକୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ଏନସିପି ନେତା ନବାବ ମଲିକ ।
ବାର ଓ ରେଷ୍ଟୁରାଣ୍ଟରୁ ବଟି ଆଦାୟ ବାବଦରେ ପ୍ରତି ମାସରେ ୧୦୦ କୋଟି ଟଙ୍କା ଅନିଲ ଦେଶମୁଖ ଆଦାୟ କରନ୍ତି ବୋଲି ଅଭିଯୋଗ କରିଥିଲେ ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଘଟଣାରେ ଗିରଫ ହେବା ପରେ ଏବେ ୬ ଦିନିଆ ରିମାଣ୍ଡରେ ଅଛନ୍ତି ଅନିଲ ଦେଶମୁଖ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/36-3.jpg)