କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଆସନ୍ତାକାଲି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ପ୍ରଥମ ମ୍ୟାଚ ପାକିସ୍ତାନ ସହ ପରାସ୍ତ ହେବା ପରେ ଏହି ମ୍ୟାଚରେ ଭାରତ ଲୟକୁ ଫେରିବାକୁ ପ୍ରୟାସ କରିବ । ତେବେ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରେସ କନଫରେନ୍ସ କରି ରଣନୀତି ବିଷୟରେ କହିଛନ୍ତି । ଆଉ ପ୍ଲେଇଙ୍ଗ ୧୧କୁ ନେଇ ହିଣ୍ଟସ ମଧ୍ୟ ଦେଇଛନ୍ତି ।

Advertisment

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାନ ମିଳିବା ନେଇ ଏକ ପ୍ରଶ୍ନ ଉତ୍ତର ଦେଇ କୋହଲି କହିଥିଲେ, ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପୂରା ଫିଟ ଅଛନ୍ତି । ତାଙ୍କ କାନ୍ଧରେ ଯେଉଁ ଆଘାତ ଲାଗିଥିଲା ଏବେ ସେଥିରୁ ସେ ସୁସ୍ଥ ହୋଇ ସାରିଛନ୍ତି । ଅର୍ଥାତ ଏଥିରୁ ଜଣାପଡୁଛି ଯେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟାଙ୍କୁ ପୁଣି ସ୍ଥାନ ମିଳିପାରେ ।

ଏହାସହ ଯେତେବେଳେ ପ୍ଲେଇଙ୍ଗ ୧୧କୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ, ଷଷ୍ଠ ବୋଲର ଭାବେ ପାଣ୍ଡ୍ୟା ଏହି ଏହି ଭୂମିକା ଲିଭାଇ ପାରିବେ । ହେଲେ ସବୁ କିଛି ମ୍ୟାଚର ସ୍ଥିତି ଉପରେ ନିର୍ଭର କରୁଛି । ସେହିପରି ସାର୍ଦ୍ଦୁଲ ଠାକୁର ମଧ୍ୟ ପ୍ଲାନରେ ସାମିଲ ଅଛନ୍ତି ବୋଲି କୋହଲି ସ୍ପଷ୍ଟ କରିଛନ୍ତି ।