ନିଜକୁ ମାନସିକ ରୋଗୀ ଦର୍ଶାଇ ଖସିଯିବ କି ଗୋପାଳ? ତଦନ୍ତ୍ର ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ ।

ନିଜକୁ ମାନସିକ ରୋଗୀ ଦର୍ଶାଇ ଖସିଯିବ କି ଗୋପାଳ? ତଦନ୍ତ୍ର ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ ।

କନକ ବ୍ୟୁରୋ: ନବ ଦାସ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳକୃଷ୍ଣ ଦାସକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ନବ ଦାସଙ୍କୁ ହତ୍ୟା କରିବା ପୂର୍ବରୁ ଭାଇ ସତ୍ୟନାରାୟଣଙ୍କୁ ଗାଁକୁ ପଠାଇ ଦେଇଥିଲା ଗୋପାଳ । ହେଲେ ଗଞ୍ଜାମରେ ଥିବା ଗାଁକୁ ଫେରିବା ପାଇଁ ସତ୍ୟନାରାୟଣଙ୍କ ପାଖରେ ପଇସା ନଥିଲା । ଆଉ ସେଥିପାଇଁ ..
- ଗୋପାଳ ତାର ଏକ ସୁନା ମୁଦି ବିକ୍ରି କରିଥିବା ଜଣାପଡିଛି
- ୮ ହଜାର ୫ଶହ ଟଙ୍କାରେ ମୁଦି ବିକିଥିଲା ଗୋପାଳ ଦାସ
- ବଡ଼ ଭାଇ ସତ୍ୟନାରାୟଣଙ୍କୁ ୬ ହଜାର ଟଙ୍କା ଦେଇଥିଲା
- ହତ୍ୟାକାଣ୍ଡ ଦିନ ସକାଳେ ଝାରସୁଗୁଡ଼ା ଷ୍ଟେସନରେ ଟ୍ରେନ୍ରେ ଭାଇଙ୍କୁ ବସାଇଥିଲା
- ବ୍ରଜରାଜନଗରରେ ଢାବା କରିଥିବା ସତ୍ୟ, ସବୁ ବନ୍ଦ କରି ଗାଁକୁ ଚାଲିଆସିଥିଲେ

ଏକ ସୁନା ଦୋକାନରେ ଗୋପାଳ ସାଢେ ୮ ହଜାର ଟଙ୍କାରେ ସୁନା ମୁଦିକୁ ବିକିବା ସହ ୫୦୦ ଟଙ୍କାରେ ଏକ ରୁପା ମୁଦି କିଣିଥିଲା । ଏହାପରେ ତାର କ୍ୱାର୍ଟର୍ସକୁ ଯାଇ କିଛି ସମୟ ଶୋଇପଡିଥିଲା । ନବ ଦାସଙ୍କୁ ହତ୍ୟା କରିବାର ପ୍ରାୟ ଘଣ୍ଟାଏ ଆଗରୁ ତାର ସର୍ଭିସ ରିଭଲଭରକୁ ଲୋଡ୍ କରିଥିଲା ବୋଲି ଜଣାପଡିଛି । ହେଲେ ଗୋପାଳର ମାନସିକ ଅବସ୍ଥା ଠିକ ନଥିବା କ୍ରାଇମବ୍ରାଞ୍ଚ ତାର ପ୍ରେସରିଲିଜରେ କହିବା ପରେ, ଏହା ଅଭିଯୁକ୍ତକୁ ସୁହାଇବ ବୋଲି ବିରୋଧୀ ଆଶଙ୍କା କରିଛନ୍ତି । ଏପରିକି ସରକାର ଗୋପାଳକୁ ଖସିଯିବା ପାଇଁ ବାଟ ଦେଖାଉଥିବା ଅଭିଯୋଗ ହୋଇଛି ।

ଏହାରି ଭିତରେ ଗୋପାଳକୁ ଚୌଦ୍ୱାର ସର୍କଲ ଜେଲରେ ଭେଟିଛନ୍ତି ଭାଇ ସତ୍ୟନାରାୟଣ । ଗୋପାଳକୁ ସାକ୍ଷାତ କରିବା ପାଇଁ ସତ୍ୟନାରାୟଣଙ୍କୁ ପ୍ରାୟ ୧୫ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା । ସାକ୍ଷାତ ସମୟରେ ଦୁହେଁ ସାମ୍ନାସାମ୍ନି ତ ଥିଲେ, କିନ୍ତୁ ଦୁହିଁଙ୍କ ମଧ୍ୟରେ ତିନି ଲେୟାର ବିଶିଷ୍ଟ ଏକ ବୁଲେଟ୍ ପ୍ରୁଫ୍ କାଚ ରହିଥିଲା । ଆଉ ଏହି କାଚରେ ଦୁହେଁ ପରସ୍ପରକୁ ଦେଖି ପାରୁଥିଲେ, କିନ୍ତୁ କଥା ହୋଇପାରୁନଥିଲେ । କାରଣ କାହା କଥା କାହାରିକୁ ଶୁଣାଯାଉନଥିଲା । କେବଳ ଠାରରେ ଦୁହେଁ ପରସ୍ପରକୁ ଇସାରା କରି କଥା ହୋଇଥିଲେ । ସାନ ଭାଇକୁ ଦେଖିବା ମାତ୍ରକେ ସତ୍ୟନାରାୟଣ କାନ୍ଦି ପକାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe