ବିଜେପି ଛାଡିବେ କି ଗମାଙ୍ଗ? ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିରଙ୍କୁ ଭେଟିଲେ କେସିଆର।

ବିଜେପି ଛାଡିବେ କି ଗମାଙ୍ଗ? ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିରଙ୍କୁ ଭେଟିଲେ କେସିଆର।

କନକ ବ୍ୟୁରୋ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ । ଏହାପରେ ଗିରିଧାରୀ ଗମାଙ୍ଗ ଭାରତୀୟ ଜନତା ପାର୍ଟି ଛାଡି ଭାରତ ରାଷ୍ଟ୍ର ସମିତିରେ ଯୋଗଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତ ରାଷ୍ଟ୍ର ସମିତି ବା ବିଆରଏସ ହେଉଛି ତେଲେଙ୍ଗାନାର ଶାସକ ଦଳ । ନିକଟରେ ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଟିଆରଏସର ନାମ ପରିବର୍ତନ ହୋଇ ବିଆରଏସ ହୋଇଛି । ବିଆରଏସର ସଭାପତି ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଗତକାଲି ଗିରିଧାରୀ ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଭେଟିଥିଲେ । ଜାତୀୟ ଦଳ ମାନ୍ୟତା ପାଇଥିବା ବିଆରଏସ ଏବେ ସମସ୍ତ ରାଜ୍ୟରେ ଦଳର ପଦ ଚିହ୍ନ ରଖିବାକୁ ଚାହୁଁଛି । ଏମିତିିକି ସାଧାରଣ ନିର୍ବାଚନ ବେଳେ ଦେଶର ବିଭିନ୍ନ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବାକୁ ଯୋଜନା କରିଛି । ଏହି ଆଧାରରେ ଗମାଙ୍ଗଙ୍କୁ ବିଆରଏସ ଓଡିଶାର ନେତୃତ୍ୱ ଦେବାକୁ ଯୋଜନା କରୁଥିବା ସୂଚନା ରହିଛି । ଭେଟଘାଟ ବେଳେ ବିଆରଏସ ଦଳର ଆଭିମୁଖ୍ୟ ଓ ଆଦର୍ଶ ବାବଦରେ ଗିରିଧାରୀ ଏବଂ ଶିଶିରଙ୍କୁ ବୁଝାଇଥିବା କୁହାଯାଉଛି ।

କନକ ନ୍ୟୁଜକୁ ଶିଶିର ଗମାଙ୍ଗ କହିଛନ୍ତି, ବିଆରଏସରେ ସାମିଲ ହେବାକୁ ତାଙ୍କୁ ଅଫର ଦିଆଯାଇଛି । ଓଡିଶାର ନେତୃତ୍ୱ ନେବାକୁ କୁହାଯାଇଛି । ସେମାନେ ଏଯାବତ କୌଣସି ନିଷ୍ପତି ନେଇନାହାନ୍ତି । ଗିରଧାରୀ ଗମାଙ୍ଗ ହେଉଛନ୍ତି ଓଡିଶା ରାଜନୀତିର ଏକଦା ଆଦିବାସୀଙ୍କ ଚେହେରା ଥିଲେ । କିଛି ମାସ ପାଇଁ ମୁଖ୍ୟମନ୍ତ୍ରୀ ଥିଲେ । ଏହି ସମୟରେ ସେ କଂଗ୍ରେସରେ ଥିଲେ । ପରେ କିନ୍ତୁ ୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ହେଲେ ଏବେର ରାଜନୀତିରେ ଗମାଙ୍ଗ ଦଳରେ ସକ୍ରିୟ ଥିବା ଦେଖିବାକୁ ମିଳୁନି । ତେଲେଙ୍ଗାନାରେ ବିଆରଏସର ଗୋଟିଏ ବଡ ଭୋଟ୍ ବ୍ୟାଙ୍କ ହେଉଛନ୍ତି ଆଦିବାସୀ । ଏପରି ସ୍ଥିତିରେ ଓଡିଶାରେ ମଧ୍ୟ ଆଦିବାସୀଙ୍କର ଗୋଟିଏ ଭୋଟ୍ ବ୍ୟାଙ୍କ ରହିଛି । ତେଣୁ ଜଣେ ଆଦିବାସୀ ତଥା ପୁରୁଣା ନେତାଙ୍କୁ ଚେହେରା କରି ବିଆରଏସକୁ ଓଡିଶାରେ ସକ୍ରିୟ କରାଇବାକୁ ଯୋଜନା କରୁଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe