ଗାଡି ବିକ୍ରି କରିବା ପରେ କଣ ହେବ ଆପଣଙ୍କ ଫାଷ୍ଟ ଟ୍ୟାଗ ଆକାଉଣ୍ଟ ? ଜାଣନ୍ତୁ ସବୁକିଛି ……..

130

କନକ ବ୍ୟୁରୋ : ସାରା ଦେଶରେ ଟୋଲ ପ୍ଲାଜା ନିକଟରେ ଲାଗୁଥିବା ଲମ୍ବା ଲାଇନରୁ ଗାଡି ଚାଳକଙ୍କୁ ମୁକ୍ତି ଦେବାକୁ ସରକାର ଫାଷ୍ଟ ଟ୍ୟାଗ ବ୍ୟବସ୍ଥା ବାଧ୍ୟତାମୂଳକ କରିଛନ୍ତି । ଯଦି କୌଣସି ବ୍ୟକ୍ତି ନୂଆ ଗାଡି କିଣୁଛି ତେବେ ବି ତାଙ୍କୁ ଫାଷ୍ଟ ଟ୍ୟାଗ ନେବାକୁ ହେଉଛି । ଏବେ ଦେଶରେ ପାର୍ବଣ ଋତୁ ଚାଲିଥିବାରୁ କିଛି ଲୋକ ସେମାନଙ୍କ ପୁରୁଣା ଗାଡିକୁ ବିକ୍ରି କରି ନୂଆ ଗାଡି କିଣୁଛନ୍ତି । ଏଭଳି ସ୍ଥଳେ ଗାଡି ବିକ୍ରି କରୁଥିବା ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ତାଙ୍କ ଗାଡି ସହିତ ଜଡିତ ଥିବା ଫାଷ୍ଟ ଟ୍ୟାଗ ଆକାଉଣ୍ଟର କଣ ହେବ । ଗାଡି ବିକ୍ରି କରିବା ପରେ ଆପଣଙ୍କ ଆକାଉଣ୍ଟ ଗାଡି ସହିତ ଲିଙ୍କ ରହିଯିବନି ତ ? ଆସନ୍ତୁ ଜାଣିବା ଏହାର ଉତ୍ତର ।

କହିରଖୁ କି ଆପଣ ଆପଣଙ୍କ ଗାଡି ସହିତ ଯେଉଁ ବ୍ୟାଙ୍କର ଆକାଉଣ୍ଟ ଲିଙ୍କ କରିଛନ୍ତି ତାହାକୁ ବନ୍ଦ କରନ୍ତୁ । ଅର୍ଥାତ ଆପଣ ଗାଡି ବିକ୍ରି କରିବା ପରେ ମାଲିକାନା ସତ୍ୱ ବଦଳର ଏକ କପି ନେଇ ଆପଣ ବ୍ୟାଙ୍କରେ ଡିପୋଜିଟ କରନ୍ତୁ । ଏବଂ ଫାଷ୍ଟ ଟ୍ୟାଗ ସହିତ ଆପଣଙ୍କ ଆକାଉଣ୍ଟ ଲିଙ୍କକୁ ବନ୍ଦ କରିବାକୁ ବ୍ୟାଙ୍କକୁ ଏକ ଆବେଦନ ପତ୍ର ଲେଖନ୍ତୁ । ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ର ୱେବ୍ ସାଇଟରେ ଏନେଇ ସମସ୍ତ ତଥ୍ୟ ଉପଲବ୍ଧ ଅଛି ।

ଯଦି ଆପଣ ଏବେ ଆପଣଙ୍କ କାର ବା ଅନ୍ୟ ଚାରି ଚକିଆ ଯାନ ବିକ୍ରି କରିଛନ୍ତି ତେବେ ଆପଣ ଆପଣଙ୍କ ଫାଷ୍ଟଟ୍ୟାଗ ଡିଆକ୍ଟିଭ କରିବା ଜରୁରୀ । ଏଭଳି ନକଲେ ଆପଣ ବିକ୍ରି କରିଦେଇଥିବା ଗାଡି ଯେଉଁ ଟୋଲପ୍ଲାଜା ଦେଇ ଯିବ ଏହାର ଦେୟ ଆପଣଙ୍କ ଆକାଉଣ୍ଟରୁ କଟିବ । ଏହାସହ ଆପଣ ଯଦି ଫାଷ୍ଟଟ୍ୟାଗ ଆକାଉଣ୍ଟକୁ ଡି ଆକ୍ଟିଭ ନକରୁଛନ୍ତି ତେବେ ଆପଣଙ୍କ ଠାରୁ ଗାଡି କିଣିଥିବା ଲୋକ ବି ଫାଷ୍ଟଟ୍ୟାଗ ଆକାଉଣ୍ଟ ଖୋଲିପାରିବେ ନାହିଁ ।