କନକ ବ୍ୟୁରୋ : ଜେଲରୁ ପ୍ରେମିକାକୁ ନବରାତ୍ରିର ଶୁଭେଚ୍ଛା ଜଣାଇଲେ ମହାଠକ ସୁକେଶ ଚନ୍ଦ୍ରଶେଖର । ପ୍ରେମିକା ତଥା ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇବା ସହ ତାଙ୍କ ପାଇଁ ୯ ଦିନ ଉପବାସ ବ୍ରତ କରିବ ବୋଲି ଏକ ସ୍ୱତନ୍ତ୍ର ଚିଠି ଲେଖି ପଠାଇଛି ସୁକେଶ । ଏହି ଚିଠିରେ ଲେଖାଅଛିି କାଲିଠାରୁ ନବରାତ୍ରି ଆରମ୍ଭ ହେଉଛି, ଜ୍ୟାକଲିନଙ୍କ ମଙ୍ଗଳ ପାଇଁ ଏବଂ ତାଙ୍କ ଉପରୁ ସବୁ ବାଧାବିଘ୍ନ ଦୂର କରିବା ପାଇଁ ସେ ନବରାତ୍ରିିର ୯ ଦିନ ଯାକ ଉପବାସ କରିବେ ।
ମା’ ଶକ୍ତିଙ୍କ କୃପାରୁ ସବୁକିଛି ତାଙ୍କ ସପକ୍ଷରେ ଯିବ ଏବଂ ଦୁହେଁ ଖୁବ୍ ଶ୍ରୀଘ୍ର ଏକାଠି ହୋଇ ନୂଆ ଜୀବନ ଆରମ୍ଭ କରିପାରିବା । ଏହା ସହ ସୁକେଶ ଲେଖିଛନ୍ତି ସେ ଜାକଲିନ୍ ପାଇଁ ବୈଷ୍ଣୋଦେବୀ ମନ୍ଦିର ଓ ମହାକାଳେଶ୍ୱର ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ବ୍ୟବସ୍ଥାର ଆୟୋଜନ କରିଛନ୍ତି । କୋଟି କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ତିହାର ଜେଲରେ ଅଛି ମହାଠକ ସୁକେଶ ଚନ୍ଦ୍ରଶେଖର । ଦୁଇ ଶହ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/3-21.jpg)