ପୁଣି ଟୁଇଟରକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ: ଟ୍ରମ୍ପଙ୍କ ଉପରେ ଥିବା କଟକଣା ହଟାଇବାକୁ ସୂଚନା ଦେଲେ ଏଲନ ମସ୍କ 

72

କନକ ବ୍ୟୁରୋ: ଟୁଇଟରକୁ ପୁଣି ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଉପରେ ଲଗାଯାଇଥିବା କଟକଣା ଖୁବ ଶିଘ୍ର ହଟାଯିବ ଓ ତାଙ୍କ ଆକାଉଁଟକୁ ପୁଣି ଥରେ ସକ୍ରିୟ କରାଯିବ ବୋଲି କହିଛନ୍ତି ଟୁଇଟର ନୂଆ ମାଲିକ ଏଲନ ମସ୍କ । ଏହି ଘୋଷଣା କରିବା ସହ ମସ୍କ କହିଛନ୍ତି ଯେ ଟ୍ରମ୍ପଙ୍କୁ ଟୁଇଟରରୁ ହଟାଯିବା ନିଷ୍ପତି ନୈତିକତା ଦୃଷ୍ଟିକୋଣରୁ ଏକ ଭୁଲ ନିଷ୍ପତି ଥିଲା ।

ଫାଇନାସିଆଲ ଟାଇମସ ଫ୍ୟୁଚର ଅଫ ଦି କାର ସମ୍ମିଳନୀରେ ଯୋଗ ଦେଇ ମସ୍କ ଏହି ଘୋଷଣା କରିଥିଲେ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ବିବାଦୀୟ ପୋଷ୍ଟ କରିବା ଯୋଗୁଁ ଟୁଇଟର ଟ୍ରମ୍ପଙ୍କ ଆକାଉଁଂଟକୁ ବନ୍ଦ କରିଦେଇଥିଲା ।ପରେ ଡୋନାଲ୍ଡ ଟ୍ରମ୍ପ ନିଜର ଏକ ସୋସିଆଲ ମିିିଡିଆ ଫ୍ଲାଟଫର୍ମ ଟ୍ରୁଥର ଆରମ୍ଭ କରିଥିଲେ । ଯାହା ବର୍ତମାନ ବେଶ ଅଧିକ ଲୋକପ୍ରିୟ ହେବାରେ ଲାଗିଛି  ।