କନକ ବ୍ୟୁରୋ : କ୍ରିକେଟ ମ୍ୟାଚ ହେଲା ସୁପର ସ୍ପ୍ରେଡର । ରାୟପୁରରେ ସଡକ ସୁରକ୍ଷା ବିଶ୍ୱ ସିରିଜର ଭାରତ- ଶ୍ରୀଲଙ୍କା ମ୍ୟାଚରେ ସାମିଲ ହୋଇଥିବା କ୍ରିକେଟ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ କ୍ରିକେଟ ମ୍ୟାଚ ପରେ ସିନାପାଲିରେ ବ୍ୟାପିଲା କରୋନା । ଗୋଟିଏ ଗାଁରୁ ଚିହ୍ନଟ ହେଲେ ୨୯ ଜଣ ବ୍ୟକ୍ତି । ସିନାପାଲିରେ ହଠାତ୍ କରୋନା ବ୍ୟାପିଯିବା ପରେ ଅନ୍ୟାନ୍ୟ ସ୍ଥାନଗୁଡିକରେ ମଧ୍ୟ ଏହି ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଛତିଶଗଡ ସୀମାକୁ ଲାଗିଥିବା ନୂଆପଡା, ବରଗଡ ଓ ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ।
ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ ରାୟପୁରରେ ହୋଇଥିବା କ୍ରିକେଟ ମ୍ୟାଚ ସିରିଜ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । କାରଣ ଏହି ଖେଳ ପରେ ଆଖପାଖ ଅଂଚଳରେ କରୋନା ଜୋରରେ ବ୍ୟାପିଛି । କ୍ରିକେଟ ପରେ ସିନାପାଲିରେ ବ୍ୟାପିଲା କରୋନା ।ସିନାପାଲିରେ ହଠାତ୍ କରୋନା ବ୍ୟାପିଯିବା ପରେ ଅନ୍ୟାନ୍ୟ ସ୍ଥାନଗୁଡିକରେ ମଧ୍ୟ ଏହି ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଛତିଶଗଡ ସୀମାକୁ ଲାଗିଥିବା ନୂଆପଡା, ବରଗଡ ଓ ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ।
ରାୟପୁରରେ ସଡକ ସୁରକ୍ଷା ବିଶ୍ୱ ସିରିଜର ଭାରତ- ଶ୍ରୀଲଙ୍କା ମ୍ୟାଚରେ ସାମିଲ ହୋଇଥିବା କ୍ରିକେଟ ଖେଳାଳି ମଧ୍ୟ ଏଠାରୁ ଯିବା ପରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଲିଜେଣ୍ଡାରୀ ମ୍ୟାଚରେ ଭାଗନେଇନଥିବା ସଚିନ ତେନ୍ଦୁଲକର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ୱିଟ କରି ଏହା ଜଣାଇବା ସହ ସେ ଘରୋଇ ସଙ୍ଗରୋଧରେ ଅଛନ୍ତି । ଏହାଛଡା ଏହି ମ୍ୟାଚ ଖେଳିଥିବା ଇରଫାନ ପଠାନ, ସୁବ୍ରମଣ୍ୟମ ବଦ୍ରିନାଥ, ୟୁସୁଫ ପଠାନଙ୍କ ଭଳି ଖେଳାଳି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହି ମ୍ୟାଚରେ କୌଣସି ସାମାଜିକ ଦୂରତା ଓ କଟକଣା ମାନିନଥିଲେ ଦର୍ଶକ । ବିସିସିଆଇ ମ୍ୟାଚର ଆୟୋଜକ ହୋଇନଥିବାରୁ କିଛି ଗାଇଡଲାଇନ ପାଳନ କରାଯାଇନଥିଲା । ଏହା କରୋନା ସଂକ୍ରମଣର କାରଣ ବୋଲି କୁହାଯାଉଛି । ଛତିଶଗଡ ସୀମାକୁ ଲାଗିଥିବା ପଶ୍ଚିମ ଓଡିଶାର ବିଭିନ୍ନ ଗାଁଗୁଡିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି ।