କନକ ବ୍ୟୁରୋ : କୋଭିଡ ଦ୍ୱିତୀୟ ଲହରର ପ୍ରକୋପରେ ସାରା ଦେଶରେ ତ୍ରାହି ତ୍ରାହି ଅବସ୍ଥା ଦେଖାଦେଇଥିବା ବେଳେ ଯଥାଶୀଘ୍ର ସମସ୍ତଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି  । ହେଲେ ସମସ୍ତଙ୍କୁ ଟିକା ଦେବାକୁ କେତେ ଦିନ ଲାଗିବ ? ଏପରି ଏକ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ । ତେବେ ଦେଶରେ ବର୍ତମାନ ଯେଉଁ ଗତିରେ କରୋନା ଟିକାକରଣ ଚାଲିଛି, ଯଦି ସେହି ଗତିରେ ଚାଲୁ ରହେ, ତାହେଲେ ସମସ୍ତ ସାବାଳକଙ୍କ ଟିକାକରଣ ପାଇଁ ୩ ବର୍ଷ ସମୟ ଲାଗିପାରେ । ଦେଶରେ ଚାଲିଥିବା ଟିକାକରଣ ଭିତରେ ଟିକାର ଅଭାବ ଏବେ ଏକ ସମସ୍ୟା ପାଲଟିଛି । ଏନେଇ ବିଭିନ୍ନ ରାଜ୍ୟରୁ ଅଭିଯୋଗ ଆସୁଛି । ତେଣୁ ଟିକା ଉତ୍ପାଦନ ବଢ଼ାଇବା ଓ ଏହାର ସୁବଣ୍ଟନ ଏକ ବଡ଼ ଆହ୍ୱାନ ପାଲଟିଛି ।

Advertisment

ଦେଶରେ ଟିକାକରଣ ପାଇଁ ଲାଗିବ କେତେ ସମୟ ? ଯଦି ବର୍ତ୍ତମାନର ଗତିରେ ଟିକାକରଣ ଚାଲୁ ରହେ..ସମସ୍ତ ସାବାଳକଙ୍କୁ ଟିକା ଦେବାକୁ ଲାଗିପାରେ ୩ ବର୍ଷ ସମୟ । କୋଭିଡ ଦ୍ୱିତୀୟ ଲହରର ପ୍ରକୋପରେ ସାରା ଦେଶରେ ତ୍ରାହି ତ୍ରାହି ଅବସ୍ଥା ଦେଖାଦେଇଥିବା ବେଳେ ଯଥାଶୀଘ୍ର ସମସ୍ତଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ହେଲେ ସମସ୍ତଙ୍କୁ ଟିକା ଦେବାକୁ କେତେ ଦିନ ଲାଗିବ ? ଏପରି ଏକ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ । ତେବେ ଦେଶରେ ବର୍ତମାନ ଯେଉଁ ଗତିରେ କରୋନା ଟିକାକରଣ ଚାଲିଛି, ଯଦି ସେହି ଗତିରେ ଚାଲୁ ରହେ, ତାହେଲେ ସମସ୍ତ ସାବାଳକଙ୍କ ଟିକାକରଣ ପାଇଁ ୩ ବର୍ଷ ସମୟ ଲାଗିବ । ଏଭଳି ଆଶଙ୍କା ପ୍ରକାଶ ପାଇବା ପଛରେ ଏକ ବଳିଷ୍ଠ ଯୁକ୍ତି ବି ରହିଛି

-ଦେଶରେ ଏପ୍ରିଲ ୨୮ ତାରିଖରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି

- କେବଳ କୋ-ୱିନ୍ ଆପରେ ପଞ୍ଜିକରଣ କରି ୧୮ରୁ ୪୪ ବର୍ଷର ବ୍ୟକ୍ତି ଏହି ପର୍ଯ୍ୟାୟରେ କରୋନା ଟିକା ନେବାକୁ କୁହାଯାଇଛି

- ମିଳିଥିବା ତଥ୍ୟ ଅନୁସାରେ ଦେଶରେ ମେ’ ୧ରୁ ୭ ତାରିଖ ମଧ୍ୟରେ ୨ କୋଟି ୪୨ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ଟ୍ୱିଟ୍ ଅନୁସାରେ ଏବେ ରାଜ୍ୟଗୁଡିକ ପାଖରେ ୭୨ ଲକ୍ଷ ଡୋଜ୍ ଟିକା ମହଜୁଦ ଅଛି ଏବଂ ଆଗାମୀ ୩ ଦିନ ମଧ୍ୟରେ ୪୨ ଲକ୍ଷ ଡୋଜ୍ ଟିକା ପଠାଯାଉଛି । ଅର୍ଥାତ ସରକାରଙ୍କ ପାଖରେ ପଞ୍ଜିକୃତ ହୋଇଥିବା ଲୋକଙ୍କୁ ଦିଆଯିବାକୁ ଥିବା ଟିକାର ଅଧା ମହଜୁଦ ଅଛି । ଦେଶରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି କରୋନା ଟିକାକରଣ ।

-ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କରୋନା ଯୋଦ୍ଧା ଓ ୪୫ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ମିଶାଇଲେ ପ୍ରାୟ ୩୪ କୋଟି ଲୋକଙ୍କ ଟିକାକରଣ ହେବ ।

- ସେହିପରି ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମିଶାଇଲେ ଏଥିରେ ଆଉ ୬୦ କୋଟି ଲୋକ ସାମିଲ ହେବେ ।

-ଅର୍ଥାତ ୯୪ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ ।

-ବର୍ତମାନ ଦେଶରେ ଦୈନିକ ୧୭ଲକ୍ଷରୁ ମଧ୍ୟ କମ୍ ଲୋକଙ୍କ ଟିକାକରଣ ହେଉଛି ।

 ଏବଂ ୯୪ କୋଟି ଲୋକଙ୍କୁ ଦୁଇଟି ଡୋଜ୍ ଟିକା ଦେବାପାଇଁ ମୋଟ୍ ୧୮୦ କୋଟିରୁ ଅଧିକ ଡୋଜ୍ ଟିକା ଆବଶ୍ୟକ

- ହିସାବ କଲେ ଏଥିପାଇଁ ୧ ହଜାର ଦିନ ଅର୍ଥାତ ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି କୁହାଯାଉଛି ।

ଦେଶରେ ଚାଲିଥିବା ଟିକାକରଣ ଭିତରେ ଟିକାର ଅଭାବ ଏବେ ଏକ ସମସ୍ୟା ପାଲଟିଛି । ଏନେଇ ବିଭିନ୍ନ ରାଜ୍ୟରୁ ଅଭିଯୋଗ ଆସୁଛି  । ତେଣୁ ଟିକା ଉତ୍ପାଦନ ବଢ଼ାଇବା ଓ ଏହାର ସୁବଂଟନ ଏକ ବଡ଼ ଆହ୍ୱାନ ପାଲଟିଛି ।

ଭାରତରେ ୯୪ କୋଟି ସାବାଳକଙ୍କ ଭିତରୁ ୧୪.୧ ପ୍ରତିଶତ ଲୋକଙ୍କ କରୋନା ଟିକାକରଣ ହୋଇଛି । ପ୍ରତିଦିନ ସାରାବିଶ୍ୱରେ ପ୍ରାୟ ୧ କୋଟି ୯୦ ଲକ୍ଷ ଡୋଜ୍ କରୋନା ଟିକା ଲୋକଙ୍କୁ ଦିଆଯାଉଛି  । ଆମେରିକାରେ ଧାର୍ଯ୍ୟ ବୟସ ବର୍ଗର ୪୫ ପ୍ରତିଶତ ଏବଂ ଇଂଲଣ୍ଡରେ ୫୨.୩ ପ୍ରତିଶତ ଟିକାକରଣ ସରିଛି ।