ନିର୍ଦ୍ଧିଷ୍ଟ ଗୋଷ୍ଠୀ, ନିର୍ଦ୍ଧିଷ୍ଟ ସ୍ଥାନରେ ଥଣ୍ଡା ଜ୍ୱର ରୋଗ ଭଳି ରହିପାରେ କରୋନା ଭୂତାଣୁ : ଆଇସିଏମଆର ମହାମାରୀ ବିଶେଷଜ୍ଞ କହିଲେ, ଅଧିକ ବିପଦ ଥିବା ବର୍ଗଙ୍କୁ ନେବାକୁ ପଡିବ ପ୍ରତିବର୍ଷ ଟିକା

344

କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ କରୋନା ଲହର ଭୟ ବଢ଼ାଉଥିବା ବେଳେ ଏହାର କେବେ ଅନ୍ତ ଘଟିବ, ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ତେବେ ଏହି ପ୍ରଶ୍ନର ଉତ୍ତର ଦେଇ ଆଇସିଏମଆରର ବିଶେଷଜ୍ଞ ଡାକ୍ତର ସମୀରଣ ପଣ୍ଡା । ସେ କହିଛନ୍ତି, ନିର୍ଦ୍ଦିଷ୍ଟ ଗୋଷ୍ଠି କିମ୍ବା ନିର୍ଦ୍ଦିଷ୍ଟ ଅଂଚଳରେ କରୋନା ରହିବ । ଥଣ୍ଡା ଜ୍ୱର ବା ସର୍ଦ୍ଦି ଭଳି ରୋଗରେ ପରିଣତ ହେବ, ଏଥିପାଇଁ ଅଧିକ ବିପଦ ଥିବା ଲୋକଙ୍କୁ ପ୍ରତିବର୍ଷ ଟିକା ନେବାକୁ ପଡିପାରେ । ଏ

ପରି ଆକଳନ କରିଛନ୍ତି ମହାମାରି ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞ ଡ.ସମୀରନ ପଣ୍ଡା । ସେ କହିଛନ୍ତି ଯେ ଭାଇରସ ନିଜର ରୂପ ପରିବର୍ତନ କରେ ଏବଂ ଏହା ଏକ ସ୍ୱାଭାବିକ କଥା । ୧୦୦ ବର୍ଷ ପୂର୍ବରୁ ସାଧାରଣ ଥଣ୍ଡା ଜ୍ୱର ମଧ୍ୟ ଏକ ବିଶ୍ୱ ମହାମାରୀ ଥିଲା, କିନ୍ତୁ ଏହା ଏବେ ପ୍ରତିବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ଆସିଥାଏ । ଠିକ ସେହିପରି କରୋନା ମଧ୍ୟ ଏକ ଭୂତାଣୁଜନୀତ ରୋଗ, ଏହା ଅନ୍ୟ ସଂକ୍ରାମକ ରୋଗ ଭଳି ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଆସିବ ଓ ଏଥି ନିମନ୍ତେ ପ୍ରତିବର୍ଷ ଟିକାର ଆବଶ୍ୟକତା ପଡିପାରେ ।

ଏଥିରେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର ପଣ୍ଡା । କରୋନା ପାଇଁ ତିଆରି କରାଯାଇଥିବା ଟିକା ଭାଇରସର ସମସ୍ତ ରୂପ ପାଇଁ କାମ ନକରିପାରେ । ତେଣୁ ପ୍ରତିବର୍ଷ ଟିକାର ଜିନୋମକୁ ପରିବର୍ତନ କରିବାକୁ ପଡିପାରେ ବୋଲି ସେ ମତ ଦେଇଛନ୍ତି ।