କନକ ବ୍ୟୁରୋ : ଏଲୋପାଥି ଚିକିତ୍ସାକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିବା ବାବା ରାମଦେବ ପୁଣି ଏକ ବିବାଦ ସୃଷ୍ଟି କରିଛନ୍ତି । ବର୍ଷକ ଭିତରେ ହଜାରେ ଏଲୋପାଥି ଡାକ୍ତରଙ୍କୁ ଆୟୁର୍ବେଦୀରେ ପରିଣତ କରାଇବାକୁ ସେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଦେଶର ବିଭିନ୍ନ ପ୍ରାନ୍ତରୁ ସେଠାରେ ଯୋଗାଭ୍ୟାସ କରିବାକୁ ପହଞ୍ଚିଥିବା ଅଂଶଗ୍ରହଣକାରୀଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ ଏମ୍ବିବିଏସ୍ ଓ ଏମ୍ଡି ଡିଗ୍ରିଧାରୀ ଅନେକ ଏଲୋପାଥି ଡାକ୍ତର ତାଙ୍କ ଦ୍ବାରା ଆୟୋଜିତ ଯୋଗଶିବିରଗୁଡ଼ିକରେ ସାମିଲ ହୋଇ ଆସୁଛନ୍ତି। ସେହିପରି ଏଲୋପାଥି ଔଷଧରେ ପାର୍ଶ୍ବ ପ୍ରତିକ୍ରିୟାର ସମ୍ମୁଖୀନ ହେଉଥିବା ଅନେକ ଡାକ୍ତର ମଧ୍ୟ ଯୋଗ ଓ ଆୟୁର୍ବେଦ ପ୍ରତି ମନ ବଳାଉଛନ୍ତି ବୋଲି ବାବା କହିଛନ୍ତି ।
इन मेडिकल माफियाओं में हिम्म्त है तो आमिर खान के खिलाफ मोर्चा खोलें-
वीडियो साभार-स्टार प्लस pic.twitter.com/ZpNT8CSohD
— स्वामी रामदेव (@yogrishiramdev) May 29, 2021
ଏହା ସହ ଅମିର ଖାନଙ୍କ ଶୋର ଏକ ପୁରୁଣା ଭିଡିଓ ଟ୍ୱିଟ କରିଛନ୍ତି ବାବା ରାମଦେବ । କହିଛନ୍ତି ସାହାସ ଅଛି ତ ଅମିର ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।