କଂଗ୍ରେସରୁ କିଏ ଲଢ଼ିବ ଆମେଠି ନିର୍ବାଚନ ? ସଙ୍କେତ ଦେଲେ ରବର୍ଟ ଭଦ୍ରା…

414

କନକ ବ୍ୟୁରୋ : ଉତରପ୍ରଦେଶ ଆମେଠି ଆସନରେ ଦେଖିବାକୁ ମିଳିପାରେ ବଡ଼ ଲଢେଇ । ସ୍ମୃତି ଇରାନୀଙ୍କ ବିପକ୍ଷରେ ରାହୁଲ ଗାନ୍ଧୀଙ୍କ ବଦଳରେ ଏହି ଆସନରୁ ରବର୍ଟ ଭଦ୍ରାଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ । ଲୋକସଭା ନିର୍ବାଚନ ପାଇଁ ରାଜନୀତି ଜୋର ଧରିଥିବା ବେଳେ ରର୍ବଟ ଭଦ୍ରାଙ୍କ ବୟାନ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଆମେଠିର ଜନସାଧାରଣ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ଖବର ସରବରାହ ସଂସ୍ଥା ଏଏନଆଇ ସହ ସାକ୍ଷାତକାର ସମୟରେ କହିଛନ୍ତି ରବର୍ଟ ଭଦ୍ରା ।

ବର୍ତମାନ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଆମେଠି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପୁଣିଥରେ ଏହି ଆସନରୁ ପ୍ରାର୍ଥୀ କରିଛି ବିଜେପି । ଏହି ଆସନଟି ଗାନ୍ଧୀ ପରିବାର ପାରମ୍ପାରିକ ଆସନ ଭାବେ ପରିଗଣିତ ହେଉଥିବା ବେଳେ ପୂର୍ବ ନିର୍ବାଚନରେ କିନ୍ତୁ ପରାଜୟ ଭୋଗିଥିଲେ ରାହୁଲ ଗାନ୍ଧୀ । ତେବେ ଚଳିତ ଲୋକସଭା ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ରାହୁଲ ୱାୟନାଡ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ରର୍ବଟଙ୍କୁ ଆମେଠି ଆସନରୁ ପ୍ରାର୍ଥୀ କରିପାରେ ଦଳ ।