କନକ ବ୍ୟୁରୋ: ପୂର୍ବ ଏସିଆର କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ତାଇୱାନକୁ ଚୀନ ବଳପୂର୍ବ ଅକ୍ତିଆର କରିପାରେ । ଦିନକୁ ଦିନ ଏହି ଆଶଙ୍କା ବଢି ଚାଲିଛି । ବାରମ୍ବାର ଚୀନର ଲଢୁଆ ବିମାନ ତାଇୱାନର ବାୟୁସୀମାର ଅନୁପ୍ରବେଶ କରି ଚାଲିଛି । ଏଣୁ ତାଇୱାନକୁ ସୁରକ୍ଷା ଦେବା ପାଇଁ ଆମେରିକା ଶକ୍ତିଶାଳ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି କରିବାକୁ ଯାଉଛି । ଏହା ପାଇଁ ଆମେରିକା ସରକାର ୧୦୦ ନିୟୁତ ଡଲାର ଅର୍ଥରାଶୀ ମଧ୍ୟ ମଂଜୁର କରିଛନ୍ତି ।
ନବେ ଦଶକରେ ଉପସାଗରୀୟ ଯୁଦ୍ଧରେ ପାଟ୍ରିଅଟ ମିସାଇଲ ଗୁଡିକର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା ।ବେଶ କିଛି ଦିନ ବେ ତାଇୱାନ ଓ ଚୀନ ମଧ୍ୟରେ ବିବାଦ ଚାଲିଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ତାଇୱାନଙ୍କୁ ମାଡିବସିବା ପାଇଁ ସଂକେତ ବି ଦେଇସାରିଲେଣି । ଆବଶ୍ୟକ ପଡିଲେ ବଳ ପ୍ରୟୋଗ ପାଇଁ ମଧ୍ୟ କହି ସାରିଛି ଚୀନ । ୧୯୪୯ ମସିହାରେ ଚୀନରେ ହୋଇଥିବା ଗୃହଯୁଦ୍ଧ ପରେ ତାଇୱାନ ଚୀନଠୁ ଅଲଗା ହୋଇ ନିଜୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା । କିନ୍ତୁ ତାଇୱାନକୁ ଆଜି ବି ନିଜ ଦେଶର ଅଂଶ କିଂ ଅକ୍ତିଆର ପାଇଁ ଅଡିବସିଛି ଚୀନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/2622.jpg)