ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ଗିରିଶ ମୁର୍ମୁ । ବିଜେପିର କାର୍ଯ୍ୟକର୍ତ୍ତା ନହୋଇ ସୁଦ୍ଧା କାହିଁକି ଗିରିଶଙ୍କ ନାଁ ହେଉଛି ଚର୍ଚ୍ଚା?

5,945

କନକ ବ୍ୟୁରୋ : କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ? ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ଫଳାଫଳ ଆସିବାର ଗୋଟିଏ ଦିନ ପରେ ବି ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ସମସ୍ତେ କେନ୍ଦ୍ରୀୟ ନିଷ୍ପତିକୁ ଅପେକ୍ଷା କରି ରହିଛନ୍ତି । ଦିନେ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି । ଦିଲ୍ଲୀରୁ ନାଁ ଚୂଡାନ୍ତ ହେବା ପରେ ଏଠାରେ ବିଧାୟକ ଦଳ ବୈଠକ ବସି ତାଙ୍କୁ ନେତା ନିର୍ବାଚିତ କରାଯିବ । ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ ।

ଚର୍ଚ୍ଚାର ଶୀର୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ରହିଛି । ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ସେହିପରି ସରପ୍ରାଇଜ୍ କାର୍ଡ ଭାବେ ନୂଆ ଚେହେରା ମଧ୍ୟ ସାମ୍ନାକୁ ଆସିପାରେ । ଭାରତ ସରକାରଙ୍କ କଂଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଗିରିଶ ମୁର୍ମୁ ଓ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ନେଇ ବି ଜୋରଦାର ଚର୍ଚ୍ଚା କରାଯାଉଛି । ଜୁନ୍ ୧୦ ତାରିଖରେ ଭୁବନେଶ୍ୱରରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏବେ ସବୁଠୁ ବଡ ପ୍ରଶ୍ନ ୧୦ ତାରିଖରେ କିଏ ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ, ତାହା ଉପରେ ସଭିଁଙ୍କ ନଜର । ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବାଛିବାରେ ସବୁବେଳେ ସସପେନ୍ସ ରଖିଥାଏ ବିଜେପି । ଗତବର୍ଷ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବି ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଶେଷ ପର୍ଯ୍ୟନ୍ତ ବି ଜଣାନଥିଲା । ସଭିଁଙ୍କୁ ଚିକତ କଲା ଭଳି ମଧ୍ୟ ପ୍ରଦେଶରେ ମୋହନ ଯାଦବ ଓ ରାଜସ୍ଥାନରେ ଭଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା ।

ସିଏଜି ଗିରିଶ ମୁର୍ମୁ ଯଦିଓ ସେ ବିଧାନସଭା ନିର୍ବାଚନ ଲଢି ନାହାନ୍ତି କିମ୍ବା ବିଜେପିର କାର୍ଯ୍ୟକର୍ତା ନୁହନ୍ତି । କିନ୍ତୁ ତାଙ୍କ ନାଁ ଚର୍ଚ୍ଚା ହେବା ପଛର କିଛି ଏମିତି କାରଣ ରହିଛି:

ଜଣେ ସ୍ୱଚ୍ଛ, ସରଳ ଓ ନିର୍ମଳ ଭାବମୂର୍ତ୍ତି ଚେହେରା ଗିରିଶ ଚନ୍ଦ୍ର ମୁର୍ମୁ
ଆଦିବାସୀ ଚେହେରା ସହିତ ଉଚ୍ଚ ଶିକ୍ଷିତ
ଗୁଜରାଟରେ ମୋଦୀ ସରକାର ବେଳେ ଥିଲେ ପ୍ରମୁଖ ସଚିବ
ଏବେ କମ୍ପଟ୍ରୋଲର ଆଣ୍ଡ୍ ଅଡିଟର ଜେନେରାଲ ଅଛନ୍ତି
ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଗିରିଶ ମୁର୍ମୁ
ମୋଦୀଙ୍କ ଗଭର୍ଣ୍ଣାସ ଷ୍ଟାଇଲକୁ ବୁଝିଛନ୍ତି ଗିରିଶ
ବିଜେଡି ସରକାରରେ ଖଣି, ପାଣି ଲୁଟ୍ ଅଭିଯୋଗ
ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ଧରିପାରିବେ ଦୁର୍ନୀତି
ମୟୂରଭଞ୍ଜ ବେତନଟିରେ ତାଙ୍କ ଘର
ଚଳିତଥର ବିଜେପି ମୟୂରଭଞ୍ଜରେ ଭଲ ପ୍ରଦର୍ଶନ କରିଛି
ଉପନିର୍ବାଚନ ମୟୂରଭଞ୍ଜରୁ ଲଢିଲେ ବିଜୟ ହେବାର ସମ୍ଭାବନା ଅଧିକ
କେନ୍ଦ୍ରରେ ବିଜେପିର ଚଳିତଥର ଲୋକସଭା ଆସନ କମ୍ ରହିଛି
ଓଡିଶା ବିଧାନସଭାରେ ବିଜେପି କେବଳ ମ୍ୟାଜିକ ନମ୍ବର ପାର କରିଛି
ସେଭଳି ସଂଖ୍ୟାଗରିଷ୍ଠତା ନାହିଁ ବିଜେପି ପାଖରେ
ନିର୍ବାଚିତ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ ଦଳ ସାମ୍ନା କରିବ ଉପନିର୍ବାଚନ
ଫଳାଫଳ ବିପରୀତ ହେଲେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ପାଇଁ ଅଡୁଆ