କନକ ବ୍ୟୁରୋ: ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଦବଙ୍ଗଗିରି । କହିଲେ କୋଲକାତା ମହିଳ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରକୁ ଆଙ୍ଗୁଠି ଉଠାଇଲେ ଭାଙ୍ଗିଦିଆଯିବ । ମନ୍ତ୍ରୀ ଉଦୟାନ ଗୁହାଙ୍କ ଏପରି ବୟାନକୁ ନେଇ ତେଜିବାରେ ଲାଗିଛି ବିରୋଧ । ଦେଶବ୍ୟାପୀ ମହିଳାଙ୍କ ଡାକ୍ତରଙ୍କୁ ଦୁଷ୍କର୍ମ ମାମଲାରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଉଦୟାନଙ୍କ ଏଭଳି ବୟାନ ସାମ୍ନାକୁ ଆସିଛି ।

Advertisment

ଯେଉଁମାନେ ମମତାଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି । ଇସ୍ତଫା ନେଇ ଆଙ୍ଗୁଠି ଉଠାଉଛନ୍ତି, ସେମାନଙ୍କୁ ଚିହ୍ନଟ କରି ସେହି ଆଙ୍ଗୁଠିକୁ ଭାଙ୍ଗି ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଉଦୟାନ । ବାଂଲାଦେଶରେ ବିକ୍ଷୋଭ ବେଳେ ଶେଖ ହସିନା ଯେଉଁ ଭୁଲ୍ କରିଥିଲେ ତାହା ମମତା କରିବେ ନାହିଁ ବୋଲି ସେ କହିଛନ୍ତି । ସେପଟେ ବିରୋଧରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ଘଟଣାରେ କୋଲକାତା ପୋଲିସ ଜଣେ ଛାତ୍ରଙ୍କୁ ଗିରଫ କରିଛି । ଛାତ୍ର ଜଣକ ଇନଷ୍ଟାଗ୍ରାମରେ ଦୁଷ୍କର୍ମ ସମ୍ପର୍କିତ ପୋଷ୍ଟ ସେୟାର କରିବା ସହ ପୀଡ଼ିତାଙ୍କ ପରିଚୟ ଦେଇଥିବା ଓ ମୁଖ୍ୟମନ୍ତ୍ରୀ ମମତା ବାନାଜୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି ।