କନକ ବ୍ୟୁରୋ : ପଞ୍ଚାୟତ ଫଇସଲା । ଜାରି ରହିଛି ଭୋଟ୍ ଗଣତି । ଝାରସୁଗୁଡାରେ କ୍ଲିନ୍ ସୁଇପ କରିବ କି ବିଜେଡି ?  ତୃତୀୟ ଦିନର ଗଣତି ଭିତରେ ଏମିତି କିଛି ଟ୍ରେଣ୍ଡ ରହିଛି । ଯେଉଁଥିରେ ଦିନ ୧୧.୫୦ ସୁଦ୍ଧା ଝାରସୁଗୁଡାରେ ୯ରୁ ୯ ବିଜେଡି ଖାତାକୁ ଆସିଛି । ବିଜେପି ଓ କଂଗ୍ରେସ ଖାତା ଖୋଲିପାରି ନାହାନ୍ତି । ତେବେ ତୃତୀୟ ଦିନର ଗଣତିରେ ବିଜେଡି ବହୁ ଆଗରେ ରହିଛି । ବିରୋଧୀଙ୍କୁ ପଛରେ ପକାଇ ବିଜେଡି ଆଗେଇ ଚାଲିଛି ।

Advertisment

କଂଗ୍ରେସ ଗଡ ଥିବା ଝାରସୁଗୁଡାରେ ୨୦୧୯ରେ କଡ ଲେଉଟାଇଥିଲା ରାଜନୀତି । ୨୦୧୭ରେ ମୋଟ୍ ୯ଟି ଜିଲ୍ଲା ପରିଷଦ ଜୋନରୁ ୭ଟିରେ କଂଗ୍ରେସ ଜିତିଥିଲା । ଦଳ ପକ୍ଷରୁ ଲକ୍ଷ୍ମୀ ନାରାୟଣ ପ୍ରଧାନ ହୋଇଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ । ୨୦୧୯ରେ ନବ ଦାସଙ୍କ ବିଜେଡିରେ ଯୋଗଦାନ ପରେ ଭୁଷୁଡିଛି କଂଗ୍ରସ ଗଡ ।  ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହିତ ୮ଜଣ ବିଜେଡିରେ ଯୋଗ ଦେଇଥିଲେ । ନବ ଦାସଙ୍କ ନେତୃତ୍ୱ ଓ ସୁବାସ ସିଂଙ୍କ ମାର୍ଗଦର୍ଶନରେ ବିଜେଡି ରଣନୀତି କରିଛି ।

ବିଜେପିରେ ଅନ୍ତଃକନ୍ଦଳ ଥିବା ସ୍ୱୀକାର କରିଥିଲେ ଖୋଦ ସାଂସଦ ସୁରେଶ ପୂଜାରୀ । ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ କହିଥିଲେ ‘ପରିବାର ବଢିଲେ ବାସନ ବାଜେ’ । କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ତାଙ୍କ ସମର୍ଥକ କୋଣଠେସା ହୋଇଥିବା ଚର୍ଚ୍ଚା । ତେଣୁ କିଶୋର ସମର୍ଥକଙ୍କ ବିଜେଡିରେ ଅସନ୍ତୋଷର ପ୍ରଭାବ ରହିବା ଆକଳନ ।