ବିଜେଡି-ବିଜେପି ମଧ୍ୟରେ ହେବ କି ମେଣ୍ଟ ? ସନ୍ଧ୍ୟା ସୁଦ୍ଧା ଆସିପାରେ ସ୍ପଷ୍ଟ ଚିତ୍ର, ଅପରାହ୍ନରେ ବିଜେଡିର ଓ ସନ୍ଧ୍ୟାରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ବିଜେଡି-ବିଜେପି ମଧ୍ୟରେ ହେବ କି ମେଣ୍ଟ ? ସନ୍ଧ୍ୟା ସୁଦ୍ଧା ଆସିପାରେ ସ୍ପଷ୍ଟ ଚିତ୍ର, ଅପରାହ୍ନରେ ବିଜେଡିର ଓ ସନ୍ଧ୍ୟାରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ।

କନକ ବ୍ୟୁରୋ : ସରଗରମ ରାଜ୍ୟ ରାଜନୀତି । ବିଜେପି ଓ ବିଜେଡିର ବୈଠକକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ମେଣ୍ଟ ଚର୍ଚ୍ଚା । ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଓଡ଼ିଶା ବିଜେପି ନେତାଙ୍କ ବୈଠକ ବସିବାକୁ ଥିବାବେଳେ ଅପରାହ୍ନରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ବୈଠକ ହେବ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିର୍ବାଚନରେ ମେଣ୍ଟ ନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ ଦଳୀୟ ନେତାଙ୍କ ସହ ଆଲୋଚନା କରି ଏଥିରେ ମୋହର ମାରିବେ । ଦିଲ୍ଲୀରେ ରାଜ୍ୟ ନେତୃତ୍ୱଙ୍କ ସହ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଲୋଚନା କରିବାକୁ ଥିବା ବେଳେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ନବୀନ । ଆଲୋଚନା ପରେ ମେଣ୍ଟ ହେବା ନେଇ ସ୍ପଷ୍ଟ ସୂଚନା ମିଳିପାରେ ।

ଗତ କିଛି ଦିନ ହେବ ଉଭୟ ଦଳ ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ରାଜ୍ୟ ବିଜେପି ସଭାପତି ମନମୋହନ ମେଣ୍ଟ ହେବନି ବୋଲି କହିବା ସହ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ସେହିଭଳି ବିଜେପି ଏହି ମେଣ୍ଟ ଚର୍ଚ୍ଚା ବଢାଉଥିବା ନେଇ ବିଜେଡି କହିଥିଲା । କୌଣସି ମେଣ୍ଟ ହେବନି ବୋଲି ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ତେବେ ଗତକାଲି ଚଣ୍ଡିଖୋଲରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡିକୁ ଆଦୌ ଟାର୍ଗେଟ ନ କରିବା ଏହି ମେଣ୍ଟ ଚର୍ଚ୍ଚାକୁ ଆହୁରି ବଢାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe