୧୦ ଦିନ ଭିତରେ ସବୁ ହିତାଧିକାରୀଙ୍କ ଘରେ ପହଞ୍ଚିବ ପିଡିଏସ ସାମଗ୍ରୀ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସୂଚନା

1,215

କନକ ବ୍ୟୁରୋ: ଆସନ୍ତା ୧୦ ଦିନ ଭିତରେ ରାଜ୍ୟର ସମସ୍ତ ରାସନକାର୍ଡ ହିତାଧିକାରୀଙ୍କ ଘରେ ପହଂଚିବ ପିଡିଏସ ସାମଗ୍ରୀ । ଏନେଇ ଗତକାଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ହିତାଧିକାରୀଙ୍କ ଘରେ ରାସନ ସାମଗ୍ରୀ ପହଂଚାଇ ଦିଆଯାଇଛି । ଏକ ମାସ ପର୍ଯ୍ୟନ୍ତ ସରକାରଙ୍କ ପାଖରେ ଅତ୍ୟାବଶ୍ୟକ ସାମ୍ଗାରୀ ମହଜୁଦ ରହିଥିବା ବେଳେ କଳାବଜାରୀଙ୍କ ଉପରେ ବିଭାଗ ପକ୍ଷରୁ କଡା ନଜର ରଖାଯାଇଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ଏଭଳି ବିପର୍ଯ୍ୟୟ ସମୟରେ ସମବାୟ ବିଭାଗର ବିଭିନ୍ନ କୋପରେଟିଭ ସଂସ୍ଥାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି ।

କଟକ ସେଂଟ୍ରାଲ କୋଅପରେଟିଭ ସଂସ୍ଥା ୫ କୋଟି ୩ ଲକ୍ଷ ଟଙ୍କା ପ୍ରଦାନ କରିଥିବାବେଳେ ଭବାନୀପାଟଣା କୋପଅରେଟିଭ ସଂସ୍ଥା ୫ ଲକ୍ଷ ଓ ବଲାଙ୍ଗୀର କୋଅପରେଟିଭ ସଂସ୍ଥା ୫ ଲକ୍ଷ ଟଙ୍କା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।