ଉପନିର୍ବାଚନ ଫଳା ଫଳକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି । ସଂନ୍ଧ୍ୟାରେ ବାଲେଶ୍ୱର ଓ ତିର୍ତ୍ତୋଲର ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ ନବୀନ ।

109

କନକ ବ୍ୟୁରୋ: ଆଜି ସଂନ୍ଧ୍ୟାରେ ସମ୍ବୋଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବଚନରେ ବିଜେଡିର ବାଜିମାତ୍ ପରେ ଆଜି ଉଭୟ ବିଧାନସଭାର ଭୋଟର ମାନଙ୍କୁ ସମ୍ବୋଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସଂନ୍ଧ୍ୟା ୬ ଟାରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରନ୍ସିଂ ମାଧ୍ୟମରେ ସମ୍ବୋଦ୍ଧିତ କରିବେ ବୋଲି ଜଣାପଡିଛି । ସଂନ୍ଧ୍ୟା ୬ ଟା ତିର୍ତ୍ତୋଲ ବିଧାନସଭାର ଦଳୀରକର୍ମୀ ମାନଙ୍କୁ ସମ୍ବୋଦ୍ଧିତ କରିବେ । ଏହାପରେ ସଂନ୍ଧ୍ୟା ୬ ଟା ୨୦ ମିନିଟ୍ ରେ ବାଲେଶ୍ୱର ସଦରର ଭୋଟର ମାନଙ୍କୁ ସମ୍ବୋଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଉପନିର୍ବାଚନରେ ସଫଳତା ନେଇ ଏହି ସମ୍ବୋର୍ଦ୍ଧନ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି ।

ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜିମାତ କରିଛି । ତାହା ବି ପୁଣି ଭଲ ଭୋଟ ବ୍ୟବଧାନରେ । ଏନେଇ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଦଳୀୟ କର୍ମୀ ମାନଙ୍କ ନିରନ୍ତର ଉଦ୍ୟମ, ସେବାମନୋବୃତ୍ତି ପାଇଁ ଦଳ ପୁଣିଥରେ ନିଜର ତାକତ ଦେଖାଇ ପାରିଛି ବୋଲି ବିଜେଡି ନେତା ପ୍ରକାଶ କରିଛନ୍ତି । ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ଓ ଉତ୍ସାହିତ କରିବାକୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କଥା ସୂଚନା ମିଳିଛି ।