କନକ ବ୍ୟୁରୋ: ଖୁବ ଶୀଘ୍ର ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବଡ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ମହାପ୍ରଭୁଙ୍କ ଗଜବେଶ ଦର୍ଶନ କରିଥିଲେ ପୃଥ୍ୱୀରାଜ ହରିଚନ୍ଦନ । ଦର୍ଶନ କରି ଫେରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ଆଇନ ମନ୍ତ୍ରୀଙ୍କୁ ରତ୍ନଭଣ୍ଡାର ଖୋଲିବା ବାବଦରେ ପ୍ରଶ୍ନ କରିଥିଲେ ।
ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଆଇନ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ଶୀଘ୍ର ନିଷ୍ପତି ନେଉଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ପ୍ରାରମ୍ଭିକ ଆଲୋଚନା ମଧ୍ୟ ସରିଛି । ରତ୍ନଭଣ୍ଡାର ଖୋଲିବା ତାରିଖ ଧାର୍ଯ୍ୟ ହେଲେ ଜଣେଇ ଦିଆଯିବ । ରତ୍ନଭଣ୍ଡାର ଖୋଲିବା ଦିନେ କି ଦୁଇ ଦିନର କାମ ନୁହେଁ । ପୂର୍ବଥର ରତ୍ନଭଣ୍ଡାର ଖୋଲିବା ସହ ଗଣତି ମଣତି ପାଇଁ ୭୦ ଦିନ ସମୟ ଲାଗିଥିଲା । ଏଥର ମଧ୍ୟ ଲମ୍ବା ସମୟ ଲାଗିବ । ଶୀଘ୍ର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/harichandan.jpg)