ଜୟା କିଶୋରୀଙ୍କୁ ବିବାହ କରିବେ ବାଗେଶ୍ୱର ମହାରାଜ? ଖୋଦ୍ ଧୀରେନ୍ଦ୍ର କୁମାର ଶାସ୍ତ୍ରୀ ଦେଲେ ସଫେଇ

2,851

କନକ ବ୍ୟୁରୋ:ଏବେ ଚର୍ଚ୍ଚାରେ ଥିବା ଛତରପୁରର ବାଗେଶ୍ୱର ଧାମର ପୀଠାଧିଶ ବାଗେଶ୍ୱର ମହାରାଜ ବା ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କର ବିବାହ ମୋଟିଭେସନାଲ ସ୍ପିକର ଜୟା କିଶୋରୀଙ୍କୁ ବିବାହକୁ ନେଇ ଚର୍ଚ୍ଚା । ଏହି ଖବର ବିଦ୍ୟୁତ୍ ବେଗରେ ଖେଳିଯିବା ପରେ ଏହା ଉପରେ ଜବାବ ରଖିଛନ୍ତି ବାଗେଶ୍ୱର ବାବା । ଏକ ସାକ୍ଷାତକାରରେ ଖୋଦ୍ ଧୀରେନ୍ଦ୍ର ଶାସ୍ତ୍ରୀ ଏହାର ସତ୍ୟାସତ୍ୟ କହିଛନ୍ତି ।

ସତରେ କ’ଣ ବାଗେଶ୍ୱର ବାବା କ’ଣ ସତରେ ବିବାହ କରିବାକୁ ଯାଉଛନ୍ତି । ତାହା ପୁଣି ଜଣାଶୁଣା ମୋଟିଭେସନାଲ ସ୍ପିକର ଜୟା କିଶୋରୀଙ୍କୁ? ଏନେଇ ଗଣମାଧ୍ୟମରେ ଅଜସ୍ର ପ୍ରଶ୍ନ ଉଠିବା ପରେ ଖୋଦ୍ ଧୀରେନ୍ଦ୍ର ଶାସ୍ତ୍ରୀ ଏହାର ଜବାବ ରଖିଛନ୍ତି ।

ଗଣମାଧ୍ୟମରେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ମଠାଧୀଶ ନିଜ ମତ ରଖିଛନ୍ତି । ଏଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ବାବା ବାଗେଶ୍ୱର ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି । ଏହି ଖବର ପ୍ରସାର ପରେ ସେ ବହୁତ କ୍ରୋଧୀତ ହୋଇଥିଲେ । ଏ କଥାର କିଛି ଆଧାର ନାହିଁ । ବରଂ ଏହ ତାଙ୍କ ଲୋକପ୍ରିୟତା ବିରୋଧରେ ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତିି ।

କିଛି ଦିନ ହେଲା ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀଙ୍କୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା । ବାବା ଦାବି କରିଥିଲେ ଯେ, ସେ ମନ ପଢ଼ିପାରନ୍ତି ଏବଂ ମୁହଁ ଦେଖି ସବୁ ସତ କଥା କହିପାରନ୍ତି । ବାବା ବାଗେଶ୍ୱର ନାଁରେ ପରିଚିତ ଏହି ସାଧୁଙ୍କ ପାଖକୁ ବଡ଼ ବଡ଼ ନେତା, ଅଭିନେତା ଏବଂ ଶିଳ୍ପପତି ଆସି ତାଙ୍କ ଆର୍ଶୀବାଦ ନେଉଛନ୍ତି । ତେବେ ଏହି ବାବା ଜଣକ ଅନ୍ଧ ବିଶ୍ୱାସର ପ୍ରଚାର କରୁଛନ୍ତି ବୋଲି କିଛି ସଂଗଠନ ତାଙ୍କ ବିରୋଧରେ ପୁଲିସର ଆଶ୍ରୟ ନେଇଛନ୍ତି । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି ।

ବାବାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଲାଇଭ୍ ଡେମୋ ଜରିଆରେ ତାଙ୍କ ଶକ୍ତିର ପ୍ରଦର୍ଶନ କରିଥିଲେ । ବାବାଙ୍କ ଦରବାର ବସିଥିବା ସମୟରେ ସେ ଉପସ୍ଥିତ ଥିବା ଲୋକଙ୍କୁ ଖୋଲା ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନକୁ ଗ୍ରହଣ କରି ଦର୍ଶକଙ୍କ ମେଳରେ ଥିବା ଜଣେ ସାମ୍ବାଦିକ, ଧୀରେନ୍ଦ୍ର କୃଷ୍ଣଙ୍କ ପରୀକ୍ଷା ନେଇଥିଲେ । ସାମ୍ବାଦିକ ଜଣଙ୍କ ତାଙ୍କ ସମ୍ପର୍କରେ କହିବାକୁ ବାବାଙ୍କୁ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନକୁ ଗ୍ରହଣ କରି ସେହି ସାମ୍ବାଦିକଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରିଥିଲେ ।

ଏହି ଘଟଣା ପରେ ସାଧୁସନ୍ଥଙ୍କ ପକ୍ଷରୁ ମଧ୍ୟ ବାବା ବାଗେଶ୍ୱରଙ୍କୁ ଖୋଲା ଚ୍ୟାଲେଂଜ କରାଯାଇଛି । ଯଦି ଶାସ୍ତ୍ରୀଜୀ ଏତେ ଶକ୍ତିଶାଳୀ ତେବେ ବିପଦ ମୁହଁରେ ଥିବା ଯୋଶୀମଠକୁ ରକ୍ଷା କରି ଦେଖାନ୍ତୁ ବୋଲି କହିଛନ୍ତି ସ୍ୱାମୀ ଅଭିମୁକ୍ତେଶ୍ୱର ନନ୍ଦ ସରସ୍ୱତୀ ।