କନକ ବ୍ୟୁରୋ: ସାଲେପୁରରେ ଅରିନ୍ଦମ ରୟ । ସାଲେପୁରର ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା ବିଜେପି ଛାଡି ବିଜେଡିରେ ମିଶିବା ପରେ ସାଲେପୁରରୁ କାହାକୁ ପ୍ରାର୍ଥୀ କରିବ ବିଜେପି । ଏମିତି ଚର୍ଚ୍ଚା ଭିତରେ ସାଲେପୁରରେ ଏଟ୍ରିଂ ମାରିଛନ୍ତି ବିଜେଡି ଛାଡି ବିଜେପିରେ ମିଶିଥିବା ଅଭିନେତା ଅରିନ୍ଦମ ରାୟ । ସାଲେପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ୱରୀଙ୍କ ଦର୍ଶନ କରିବା ପରେ ଅରିନ୍ଦମ ସାଲେପୁରରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ପ୍ରକାଶଙ୍କ ସ୍ଥାନରେ ବିଜେପି ଅରିନ୍ଦମଙ୍କୁ ପ୍ରୋଜେକ୍ଟ କରିପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି । ଆଉ ଏହାରି ଭିତରେ ଅରିନ୍ଦମଙ୍କ ବୟାନ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଅରିନ୍ଦମ କହିଛନ୍ତି, ଯଦି ସାଲେପୁରବାସୀ ସୁଯୋଗ ଦିଅନ୍ତି ସେ ହାତ ଛଡା କରିବେ ନାହିଁ ।