କନକ ବ୍ୟୁରୋ : ନିଷ୍ପତି ବଦଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଉପରେ ଆକ୍ରମଣ ପାଇଁ ଆଦେଶ ଦେବା ପରେ ପରେ ନିଷ୍ପତି ବଦଳାଇଦେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକାର ସ୍ପାଏ ଡ୍ରୋନକୁ ଇରାନ ଖସାଇଦେବା ପରେ ଡ୍ରୋନାଲ୍ଡ ଟ୍ରମ୍ପ ସାମରିକ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାର କିଛି ସମୟ ପରେ ଏହି ନିଷ୍ପତ୍ତି ବଦଳାଇଥିଲେ ଡୋନାଲ୍ଡ ଟ୍ରମ୍ପ ।

Advertisment

ହ୍ୱାଇଟ ହାଉସରେ ବରିଷ୍ଠ ସାମରିକ ଓ କୂଟନୈତିକ ଅଧିକାରୀଙ୍କ ସହ ଆଲୋଚନା ପରେ ଇରାନ ଉପରେ ଆକ୍ରମଣ କରାଯିବ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ନିଷ୍ପତି ବଦଳାଯାଇଥିଲା । ଇରାନର ରାଡାର ଓ ମିସାଇଲ ବ୍ୟାଟେରୀ ଭଳି ଅଳ୍ପ କେତେକ ସ୍ଥାନରେ ଆକ୍ରମଣ ଯୋଜନାରୁ ଡୋନାଲ୍ଡ ଟ୍ରମ୍ପ ଅନୁମତି ଦେଇଥିଲେ । ତେବେ ଟ୍ରମ୍ପ କାହିଁକି ହଠାତ୍ ଏଭଳି ରଣନୀତି ବଦଳାଇଲେ ତାହା ଜଣାପଡିନାହିଁ । ପୁଣି ଆକ୍ରମଣ କରାଯିବ କି ନାହିଁ ତାହା ବି ସ୍ପଷ୍ଟ ହୋଇନାହିଁ । ହ୍ୱାଇଟ ହାଉସ ବି ଏ ବାବଦରେ କୌଣସି ମନ୍ତବ୍ୟ ଦେବାକୁ ମନାକରିଦେଇଛି ।

ଗୁରୁବାର ସକାଳେ ଇରାନ ଆମେରିକାର ୧୩୦ ମିଲିୟନ ଡଲାରର ସ୍ପାଏ ଡ୍ରୋନକୁ ଗୁଳିକରି ଖସାଇଦେଇଥିଲା । ଏହାକୁ ନେଇ ଆମେରିକା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା । ମାତ୍ର ଆକ୍ରମଣ ନିଷ୍ପତିର ମାତ୍ର କିଛି ସମୟ ପରେ ସାମରିକ ଅଧିକାରୀଙ୍କୁ ଖବର ଆସିଥିଲା ଇରାନ ଉପରେ ଆକ୍ରମଣ ହେବ ନାହିଁ । ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଗାଲା । ସ୍ପାଏ ଡ୍ରୋନ ଖସାଇବା ପରେ ଆମେରିକା-ଇରାନ ସମ୍ପର୍କ ଆହୁରି ଖରାପ ହୋଇପଡିଛି । ଏହି ଘଟଣା ପାଇଁ ଡୋନାଲ୍ଡ ଟ୍ରମ୍ପ ସିଧାସଳଖ ଇରାନକୁ ଦାୟୀ କରିଛନ୍ତି ।