ରାହୁଲ ଗାନ୍ଧୀ ସଦସ୍ୟତା ରଦ୍ଦ ପରେ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ନେତା । ସମସ୍ତ ସାଂସଦଙ୍କୁ ଇସ୍ତଫା ଦେବା ପାଇଁ ବୈଠକରେ ପ୍ରସ୍ତାବ ଦେଇଥିବା ସୂଚନା

255

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ୨ ବର୍ଷର ଜେଲ ଦଣ୍ଡାଦେଶ ପରେ ତାଙ୍କ ସଂସଦୀୟ ସଦସ୍ୟତା ମଧ୍ୟ ଋଦ୍ଦ କରିଦିଆଯାଇଛି । ଏହାକୁ ନେଇ କଂଗ୍ରେସର ସବୁ ନେତାଙ୍କ ମଧ୍ୟ ଆକ୍ରୋଶ ଦେଖା ଦେଇଛି । ରାହୁଲଙ୍କ ବିରୋଧରେ ନିଆଯାଇଥିବା ଆକ୍ସନ ବିରୋଧରେ ଏବେ ଦଳର ନେତା ବୈଠକରେ ସାମିଲ ହୋଇଛନ୍ତି । ଆଉ ଆଗାମୀ ରଣନୀତି ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ବୈଠକରେ ଜଣେ ସାଂସଦ ପ୍ରସ୍ତାବ ଦେଇଥିଲେ ଯେ ସମସ୍ତ ସାଂସଦଙ୍କୁ ଇସ୍ତଫା ଦେଇଦେବା ଦରକାର ।

ତେବେ ଏହି ପ୍ରସ୍ତାବ ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତି ନିଆଯାଇନାହିଁ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରିୟଙ୍କା ଗାନ୍ଧୀ ଏହି ବୈଠକରେ କହିଛନ୍ତି ଯେ କର୍ଣ୍ଣାଟକ ନିର୍ବାଚନରେ ଦଳକୁ ପୂରା ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ିବ । ଯଦି କର୍ଣ୍ଣାଟକରେ ଦଳ ବିଜୟୀ ହୁଏ, ତେବେ ଏହାର ଉତର ବିଜେପିକୁ ଆପେ ଆପେ ମିଳିଯିବ । ଏପରିକି ଏଥିପାଇଁ ଏକ କମିଟି ଗଠନ କରାଯିବ ବୋଲି ପ୍ରିୟଙ୍କା କହିଛନ୍ତି ।

ତେବେ ଏହି ବୈଠକରେ ରାଜ୍ୟ ବିଧାନସଭା ଗୁଡ଼ିକରେ ବିକ୍ଷୋଭ ପ୍ରଦର୍ଶନ କରିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି । ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ରାଜନୈତିକ ରଣନୀତି ନେଇ ବୈଠକରେ ଆଲୋଚନା ହୋଇଛି । ଏହାରି ଭିତରେ ଆଉଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଅଲଗା ବୈଠକ ହୋଇଛି । ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିଜାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ, ରଣଦୀନ ସୁର୍ଜେୱାଲା ଓ କେସି ଭେଣୁଗୋପାଳଙ୍କ ଭଳି ପ୍ରମୁଖ ନେତା ସାମିଲ ଥିଲେ ।