କନକ ବ୍ୟୁରୋ : ଦୀର୍ଘ ୭ ଦଶନ୍ଧି ପରେ ଭାରତ ଆସିବ ଚିତା । ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ଭାରତ ଅଣାଯିବ । ସ୍ୱତନ୍ତ୍ର ବିମାନରେ ଆସନ୍ତାକାଲି ସୁଦୂର ଆଫ୍ରିକାର ନାମ୍ବିଆରୁ ମଧ୍ୟପ୍ରଦେଶକୁ ଚିତା ଆସିବ । ଏହା ପୂର୍ବରୁ ଚିତାର ପ୍ରଥମ ଝଲକ ଦେଖିବାକୁ ମିଳିଛି । ନାମ୍ବିଆର ରାଜଧାନୀ ୱିଣ୍ଡହକରୁ ଭାରତ ଆସିବାକୁ ଥିବା ଚିତାର ଝଲକ ଆସିଛି ।

Advertisment

ଆସନ୍ତାକାଲି ସକାଳ ୬ଟାରୁ ୭ଟା ଭିତରେ ସ୍ୱତନ୍ତ୍ର ବିମାନ ରାଜସ୍ଥାନ ବିମାନ ବନ୍ଦରରେ ପହଞ୍ଚିବ । ଏହାପରେ ହେଲିକପ୍ଟର ଯୋଗେ ୮ଟି ଚିତାକୁ ମଧ୍ୟପ୍ରଦେଶ କୁନୋ ଅଭୟାରଣ୍ୟକୁ ଅଣାଯିବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେ ମଧ୍ୟପ୍ରଦେଶ ଗସ୍ତ କରି ଚିତା ବାଘ ଗୁଡ଼ିକୁ ରାଜ୍ୟର କୁନୋ ଜାତୀୟ ଉଦ୍ୟାନରେ ଛାଡିବେ । ଦିନ ୧୦ଟା ୪୫ରେ ଜାତୀୟ ଉଦ୍ୟାନର ଶୋଭା ବର୍ଦ୍ଧନ କରିବ ୩ଟି ବାଘ ଓ ୫ଟି ବାଘୁଣୀ । ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ହୋଇଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି ।