ପୁଲୱାମା ସିଆରପିଏଫ୍ ଆତ୍ମଘାତୀ ଆକ୍ରମଣ ପରେ କାଶ୍ମୀର ଯାତାୟତର ନିୟମ ବଦଳିବାକୁ ଯାଉଛି । ସିଆରପିଏଫ୍ ଏବେ ଯାତାୟତ ସମୟରେ ଅତିରିକ୍ତ ସତର୍କତା ଅବଳମ୍ବନ କରିବେ ଏବଂ ସୁରକ୍ଷାକୁ ନଜରରେ ରଖି ନୂଆ ଫିଚର୍ସ ଏବଂ ନିୟମ ପାଳନ କରିବେ । ରବିବାର ସିଆରପିଏଫ୍ ଡିଜି ଆର୍ .ଆର୍ . ଭଟ୍ଟନାଗର ଏକ ବୟାନରେ କହିଥିଲେ ଯେ ଆମେ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସେସର୍ ରେ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ନେଇଛି । କାଶ୍ମୀର ଘାଟିରେ ନିଜ ଦ୍ୱି-ଦିବସୀୟ ଗସ୍ତ ସମୟରେ ସିଆରପିଏଫ୍ ଡିଜି କହିଥିଲେ , କାଶ୍ମୀରରେ ଯିବା ଆସିବା ସମୟରେ ଆମେ ଯବାନଙ୍କ ଗାଡି ଏବଂ ପାଖଆଖ ମୁଭମେଣ୍ଟରେ ନୂଆ ଫିଚର୍ସ ସାମିଲ କରିବୁ । ଏହି ବ୍ୟବସ୍ଥା ଅଧିକ ସୁରକ୍ଷା ରହିବ ।
ଦକ୍ଷିଣ କାଶ୍ମୀରର ପୁଲୱାମାରେ ଗୁରୁବାର ଜୈସ୍-ଏ-ମହମ୍ମଦର ଆତ୍ମଘାତୀ ଆକ୍ରମଣ ପରେ ସିଆରପିଏଫ୍ ର ୪୦ ରୁ ଅଧିକ ଯବାନ ସହିଦ୍ ହୋଇଥିଲେ । ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ ପରେ ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଏବେ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବଳୟଙ୍କ ଗାଡି ଯାଉଥିବା ସମୟରେ ସାଧାରଣ ନାଗରିକଙ୍କ ଯିବା ଆସିବା କରିବା ପାଇଁ ବାରଣ କରାଯାଇପାରିବ । ନେତାଙ୍କ ଗାଡି ଭଳି ଏବେ ସୁରକ୍ଷା ବଳୟଙ୍କ ଗାଡି ମଧ୍ୟ ଗଲାପରେ ସାଧାରଣ ନାଗରିକଙ୍କୁ ଯିବାଆସିବା କରିବା ପାଇଁ ଅନୁମତି ମିଳିବ । ଏଥିପାଇଁ ଅନେକ ଅସୁବିଧା ହେଲେ ହେଁ ଯବାନଙ୍କ ସୁରକ୍ଷା ପାଇଁ ଏହା ନିତାନ୍ତ ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Capture-20.jpg)
/kanak/media/post_attachments/wp-content/uploads/2019/02/M-1-300x220.jpg)