ବିଜେଡି ସରକାର ଯିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ । ବଳବତ୍ତର ଅଛି ବିଏସକେୱାଇ କାର୍ଡ

564

କନକ ବ୍ୟୁରୋ : ବିଜେଡି ସରକାରରୁ ଯିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବନ୍ଦ ହୋଇଯିବା ନେଇ ଜନ ସାଧାରଣଙ୍କ ମନରେ ବଢିଛି ଦ୍ୱନ୍ଦ । ବିଏସକେୱାଇ କାର୍ଡକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଥିବା ବେଳେ ଏବେ ଆହାର ଏବଂ ଲକ୍ଷ୍ମୀ ବସ ଯୋଜନା ବନ୍ଦ ହୋଇଯିବା ନେଇ ଭୋଟରମାନେ ଆଶଙ୍କା କରୁଛନ୍ତି । ନିର୍ବାଚନ ଫଳାଫଳ ଘୋଷଣା ହେବାର ଦିନକ ପରେ ବିଜେଡି ସରକାର ପକ୍ଷରୁ ଜାରି ହୋଇଥିବା ବିଭିନ୍ନ ଯୋଜନା ହଠାତ ବନ୍ଦ ହୋଇଯିବା ନେଇ ଅଭିଯୋଗ ହେଉଛି ।

ସହରର ଗରିବ ଲୋକଙ୍କୁ ୫ଟଙ୍କାରେ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା ପାଇଁ ୨୦୧୫ ଏପ୍ରିଲ ୧ରେ ଏହି ଯୋଜନା ପ୍ରଣୟନ କରିଥିଲେ ବିଜେଡି ସରକାର । ଲୋକମାନେ ମଧ୍ୟ ଏହି ଯୋଜନାକୁ ସ୍ୱାଗତ କରିଥିଲେ । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ସମେତ ଅନ୍ୟ ପ୍ରମୁଖ ସହର ଗୁଡିକରେ ମଧ୍ୟ ଆହର କେନ୍ଦ୍ର ଖୋଲାଯାଇଥିଲା । ସେପଟେ ନିର୍ବାଚନର ଠିକ୍ ର୍ପୂବରୁ ବିଜେଡି ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍ ଯୋଜନା । ଏହି ଯୋଜନାରେ ଗ୍ରାମାଂଚଳରେ ଗମନାଗମନ ସୁବିଧାକୁ ଆହୁରି ସହଜ କରିବାକୁ ଲକ୍ଷ୍ୟ ରହିଥିଲା । ତେବେ ଏହି ୨ଟି ଯୋଜନା ଏବେ ବନ୍ଦ ହୋଇଯିବା ନେଇ ଲୋକଙ୍କ ମନରେ ସନ୍ଦେହ ବଢିଛି ।