ପଦ୍ମପୁରରେ ମାତିଛି ଦନ୍ତା: ଘରେ ପଶି ବୃଦ୍ଧଙ୍କ ସହ ପୁଅ ଓ ନାତିକୁ ଦଳିଦେଲା ହାତୀ

Advertisment
ପଦ୍ମପୁରରେ ମାତିଛି ଦନ୍ତା: ଘରେ ପଶି ବୃଦ୍ଧଙ୍କ ସହ ପୁଅ ଓ ନାତିକୁ ଦଳିଦେଲା ହାତୀ

କନକ ବ୍ୟୁରୋ: ହାତୀ ନେଲା ୩ ଜୀବନ । ବରଗଡ ପଦ୍ମପୁର ରଜାପଡାରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗତ ରାତିରେ ଘରେ ଶୋଇଥିବାବେଳେ ବୃଦ୍ଧ ଓ ତାଙ୍କ ପୁଅଙ୍କ ସହ ନାତିକୁ ଦନ୍ତାହାତୀ ଆକ୍ରମଣ କରିବା ପରେ ଦଳିମାରିଛି । ଏହି ଘଟଣା ପରେ ସ୍ଥାନୀୟ ଅଚଂଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ପଦ୍ମପୁର ବନବିଭାଗ ହାତୀକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ, ରାତିରେ ହାତୀଟି ଉକ୍ତ ସାହିରେ ପଶି ଶୋଇଥିବା ବେଳେ ଜଣେ ୭୫ ବର୍ଷୀୟ ବୃଦ୍ଧ ଦଳି ମାରିଦେଇଥିବା ବେଳେ ଭୋର ସମୟରେ ଶୌଚ ହେବାକୁ ଯାଇଥିବା ଅନ୍ୟତିନି ଜଣଙ୍କୁ ମଧ୍ୟ ହାତୀ କଚାଡି ମାରିଦେଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଦ୍ବାରିକାନାଥ ପାଣ୍ଡେଙ୍କ ପୁଅ ଗୋଲେଇ ପାଣ୍ଡେ। ତାଙ୍କର  ବୟସ ୪୫ ବର୍ଷ ।ଦ୍ବାରିକାନାଥଙ୍କ ନାତି ପିଣ୍ଟୁ (୧୨)  ଓ ବିଜେନମୁଣ୍ଡା ଗାଁର ହେମସାଗର ସାହୁ(୫୦)ଙ୍କୁ ବି ହାତୀ ଦଳି ଦେଇଛି।  ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନରହନ୍ତା ହାତୀକୁ ଘଉଡାଇବାକୁ ପଦ୍ମପୁର ବନ ବିଭାଗ ପକ୍ଷରୁ ଜୋରଦାର୍‌ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe