କନକ ବ୍ୟୁରୋ: ଲଭୁନି ଶିମିଳିପାଳ ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁ ବ୍ୟାପୁଥିବାରୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମାଝଡ଼ ଓ ପରେ କାଳବୈଶାଖୀ ଯୋଗୁ କିଛି ଦିନ ହେବ ଜଙ୍ଗଲରେ ଲାଗିଥିବା ନିଆଁ ଲିଭି ଯାଇଥିଲା । ହେଲେ ଗତ କିଛି ଦିନ ହେବ ପାରଦ ଉପର ମୁହାଁ ହେବାକୁ ପୁଣି ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ଶିମିଳିପାଳ ଜଙ୍ଗଲରେ ନଆଁ ବ୍ୟାପିବାରେ ଲାଗିଛି । ଅଭୟାରଣ୍ୟର ବାଲମା ଅଂଚଳ ସମେତ ଶିମିଳିପାଳ ଆଭ୍ୟନ୍ତରୀଣ ଅଂଚଳରେ ନିଆଁ ଲାଗିଛି । ଶିମିଳିପାଳ ରାତିର ଦୃଶ୍ୟ ଦେଖିଲେ ଜଙ୍ଗଲ ଜଳିବାର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି । ଏବେ ଶିମିଳିପାଳର ପ୍ରାୟ ୩ ଏକର ଅଂଚଳରେ ନିଆଁ ଲାଗିଛି ।

Advertisment

ନିଆଁ ଖୁବଜୋରରେ ବ୍ୟାପୁଛି, ଖୁବ୍ କମ୍ ସମୟରେ ବାଲମା ଅଂଚଳରେ ବହୁ ବଡବଡ ଗଛ ପୋଡି ପାଉଶ ହୋଇଯାଇଛି । ଶିମିଳିପାଳ ସହିତ କେନ୍ଦୁଝର, ସମ୍ବଲପୁର, ଗଜପତି, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, ବାଲେଶ୍ୱର, ନୟାଗଡ ଏବଂ ଅନୁଗୁଳ ଜିଲ୍ଲାରେ ଥିବା ଜଙ୍ଗଲରେ ନିଆଁ ଜଳୁଛି । ନିଆଁ ଅଣାୟତ ସ୍ଥିତିରେ ପହଞ୍ଚି ଯାଇଛି । ତେବେ ନଭେମ୍ବରରୁ ଆଜି ଯାଏ ରାଜ୍ୟରେ ୨୩ ହଜାର ୭୧୬ ବନାଗ୍ନୀ ସୃଷ୍ଟି ହୋଇଛି ।